ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଉତ୍ତେଜନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମ୍ୟାଜିକ୍‌ ସଂଖ୍ୟା ୧୪୮ ହୋଇଥିବାବେଳେ ଗୈରିକ ଦଳ ୨୦୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୧୫ ବର୍ଷ ଶାସନର ଅନ୍ତ ଘଟାଇବାକୁ ଯାଉଛି। କିନ୍ତୁ ପଶ୍ଚିମବଙ୍ଗରେ ଫଳାଫଳ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଉତ୍ତେଜନା । ବିଶେଷକରି ସମସ୍ତ ସ୍ଥାନରେ ଥିବା ଟିଏମସି କାର୍ଯ୍ୟାଳୟଗୁଡ଼ିକୁ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଟିଏମସିର ଦଳୀୟ ପତାକାକୁ ହଟାଇ ସେଠାରେ ବିଜେପିର ପତାକା ଲଗାଯାଇଥିବା ଅଭିଯୋଗ କରାଯାଇଛି ।