ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୯୧ ଦିନରେ ପହଞ୍ଚିଛି।

ପୁରୀ :-30/06/2026ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୯୧ ଦିନରେ ପହଞ୍ଚିଛିଏହା ଆଉ କେବଳ ଏକ ଆନ୍ଦୋଳନ ନୁହେଁ; ଏହା ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ଗତ ଏପ୍ରିଲ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି—”ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ ?” ପ୍ରତ୍ୟେକ ପଦକ୍ଷେପରେ ରହିଛି ଭକ୍ତିର ଅର୍ପଣ, ପ୍ରତ୍ୟେକ ଧ୍ୱନିରେ ରହିଛି ଆତ୍ମାର ଆକୁଳ ଡାକ। “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପିତ ହେଉଛି ସିଂହଦ୍ୱାର।ଏହି ପଦଯାତ୍ରା ଆଜି ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ