ବିଶ୍ୱନାଥପୁର ନୂଆ ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ଥାନାରେ ନୂଆ ଅଧିକାରୀ ଭାବରେ ଗତ କାଲି ଯୋଗ ଦେଇଛନ୍ତି ଶ୍ରୀମତୀ କଳ୍ପନା ବେହେରା ସେ ଆଗରୁ ରାୟଗଡା ଜିଲ୍ଲା ଆମ୍ବଦଲା ଥାନାରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ଆଜି ଭାରତୀୟ ଜନତା ପାର୍ଟି ର ଦୁଇ ମଣ୍ଡଳ ର ତଥା ଲାଞ୍ଜିଗଡ ଓ ବିଶ୍ୱନାଥପୁର ମଣ୍ଡଳ ର କାର୍ଯ୍ୟକର୍ତା ମାନେ ନୂଆ ଆଇ ଆଇ ସି ମେଡମ ଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ବରିଷ୍ଠ କାର୍ଯ୍ୟକର୍ତା ତ୍ରିନାଥ ପାତ୍ର,ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ, ବରିଷ୍ଠ କାର୍ଯ୍ୟକର୍ତା ଲକ୍ଷ୍ମୀଧର ସନ୍ତୋଷ ରାୟ, ବିଶ୍ୱନାଥପୁର ପଞ୍ଚାୟତ ସଭାପତି ଫଲ୍ଗୁନୀ ସାହୁ, ବିଶ୍ୱନାଥପୁର ମଣ୍ଡଳ କୋଷାଧକ୍ଷ ଦେବରାଜ ସାହୁ ଡ଼ୁମେରମୁଣ୍ଡା ବୁଥ ସଭାପତି ଆଲୋକ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।