ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ । ଜଣେ ମୃତ
ନୟାଗଡ଼ ଜିଲା ଗଣିଆ ଥାନା ଅର୍ନ୍ତର୍ଗତ ପଣ୍ଡରାସିଂହା ଗ୍ରାମରେ ରବିବାର ସନ୍ଧ୍ୟାରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ ଘଟିଛି । ମୃତକ ଜଣକ ହେଲେ କିଶୋରପ୍ରସାଦ ପଂଚାୟତ ପତୁରିଆ ଗ୍ରାମର ରବୀନ୍ଦ୍ର ନାୟକ (୨୬) । ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ ଗ୍ୟାରେଜ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ମିଳିଥିବା ସୁଚନା ଅନୁସାରେ ସନ୍ଧ୍ୟା ସମୟରେ ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବାବେଳେ ହଠାତ ଏକ କାରରେ ୨ଜଣ ଦୁର୍ବୁତ ଆସି ଗ୍ୟାରେଜ ଭିତରକୁ ଯାଇ ସାମ୍ମନାରୁ ରବୀନ୍ଦ୍ରକୁ ଗୁଳି କରି ଫେରାର ହୋଇଯାଇଥିଲେ ।

ରବୀନ୍ଦ୍ରଙ୍କ ଡାହାଣପାଖ ଛାତିରେ ଗୁଳି ବାଜିଥିବାବେଳେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ରବୀନ୍ଦ୍ରଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଦଶପଲ୍ଲା ଥାନା ଅଧିକାରୀ ବିନୟ ପରିଡ଼ା, ନୂଆଗାଁ ଥାନା ଅଧିକାରୀ ରଶ୍ମିରଂଜନ ସାହୁ, ଏଏସଆଇ ସାହା ଆଲାମ ଖାଁ ପଂହଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।ବିଶ୍ୱରଂଜନ ସେଠି
