ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା

ଗଣିଆ (ବିଶ୍ୱରଂଜନ ସେଠି )ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ନାଳନ୍ଦା ଏଜୁକେସନ ହବ ର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି।ମୋ ଭାରତ,ଜାତିୟ ସେବା ଯୋଜନା ର ଯୁବ ସ୍ୱଚ୍ଛାସେବୀ ବାପୁନୁ ବେହେରା ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ର ମୁଖ୍ୟଅତିଥି ଭାବେ ସରସ୍ବତୀ ଶିଶୁ ମନ୍ଦିର ଆଡକତା ର ପ୍ରଧାନ ଆଚାର୍ଯ୍ୟ କାଳନ୍ଦୀ ଚରଣ ସାହୁ,ସମାଜ ସେବି ଚନ୍ଦ୍ରଶେଖର ସାହୁ,ମହେନ୍ଦ୍ର ବାରୀକି ଏବଂ ପୂର୍ବତନ ଜାତୀୟ ସ୍ୱଚ୍ଛାସେବୀ ପ୍ରକାଶ ପରିଡ଼ା ଙ୍କ ସହିତ ନାଳନ୍ଦା ଏଜୁକେସନ ହବ ମୁଖ୍ୟ ଅମରେଶ ସାହୁ ଏବଂ ଶିକ୍ଷୟତ୍ରୀ ଚିନ୍ମୟୀ ପ୍ରତିହାରୀ ଓ ଅରୁନ୍ଧତୀ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।

ନାଳନ୍ଦା ଏଜୁକେସନ ହବ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ ରେ ସହଯୋଗ କରିଥିଲେ ।