ମଦ୍ୟପାନ! ୬ଲେନ ରାସ୍ତା ଡିଭାଇଡର ରେ ପିଟି ଓଲଟିଗଲା କାର ଅଳ୍ପକେ ବଞ୍ଚିଲେ ଦୁଇ ଯୁବକ।

କୋଣାର୍କ:-21/08/2025 କୋଣାର୍କ ଚନ୍ଦ୍ରଭାଗା ୬ ଲେନେ ରାସ୍ତା ରେ ଚନ୍ଦ୍ରଭାଗା ଆଡୁ କୋଣାର୍କ ଅଭିମୁଖେ ଏକ ଟାଟା ଇଣ୍ଡି ଗୋ କାର ନଂ-OR-02-BY-8132 ରେ ଦୁଇଜଣ ଯୁବକ ମଦ୍ୟପାନ କରି ଦ୍ରୁତଗତିରେ ଆସୁଥିଲା ବେଳେ ହେଲି ପ୍ୟାଡ଼ ନିକଟ ଦୁର୍ଗାବାଡ଼ି ସମ୍ମୁଖ ରେ ଭାରସାମ୍ୟ ହରାଇ ୬ଲେନ ରାସ୍ତା ଡିଭାଇଡର ରେ ପିଟି ପ୍ରାୟ ୧୦ ଫୁଟ ଉପରକୁ କାର ଟି ଉଡି ରାସ୍ତା କଡକୁ ଓଲଟି ପଡିଥିଲା କାର ।କାର ମଧ୍ୟ ରେ ଥିବା ଦୁଇଜଣ ଯୁବକ ଙ୍କୁ ସ୍ଥାନୀୟ ଲୋକ ପହଁଛି କାର ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରିଥିଲେ ।ଦୁଇ ଜଣ ଯୁବକ ସାମନ୍ୟ ଆହତ ହୋଇଥିବା ସହ କାର ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା ବେଳେ ଡିଭାଇଡର ଟି ଭାଙ୍ଗି ଯାଇଛି ।ଯୁବକ ଦୁଇଜଣ ଜଟଣୀ ବୁଢାପଡା ଗ୍ରାମର ବୋଲି ଜଣାପଡିଛି ।ଖବର ପାଇ କୋଣାର୍କ ପୋଲିସ ଓ ଚମ୍ପାହର ଅଗ୍ନିଶମ ଗାଡି ଘଟଣାସ୍ଥଳ ରେ ପହଁଛି କାର ଟିକୁ ରାସ୍ତା କଡ଼ରୁ ଉଦ୍ଧାର କରିଥିଲେ । କୋଣାର୍କ ଥାନାକୁ ନେଇ ତଦନ୍ତ ଚଳାଉଛନ୍ତି। ଦୁଇଜଣ ଯୁବକ ମାତ୍ରାଧିକ ମଦପାନ କୋଣାର୍କ ଆସିଥିଲେ ମଦ ପାଇଁ ବୋଲି ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୋଣାର୍କ ରୁ ପ୍ରକାଶ କାଣ୍ଡି