ଠିକାଦାର ଙ୍କ ସ୍ୱାର୍ଥ ରେ ମିଶନ ଶକ୍ତି ଗୃହ |ଜବାବ ଦେବେ କି ଜ଼ିଲ୍ଲାପାଳ

ଜଗତସିଂହପୁର ତା =11/7/26କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ମିଶନ ଶକ୍ତି ଗଠନ କରିଛନ୍ତି | ପ୍ରତି ଗ୍ରାମରେ ମିଶନ ଶକ୍ତି ଗଠନ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇ ନିଜ ଚେଷ୍ଟା ରେ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି | ଜଗତସିଂହପୁର ର ବିଭିନ୍ନ ପଞ୍ଚାୟତ ଏବଂ ପୌର ପରିଷଦ ଅଞ୍ଚଳ ରେ ମହିଳା ମାନଙ୍କ ନିମନ୍ତେ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବେୟ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି | ହେଲେ କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ମିଶନଶକ୍ତି ଗୃହ କୁ ବେଆଇନି ଭାବେ ଦଖଲ କରି ନିଜ ସ୍ୱାର୍ଥରେ ଲଗାଇ ଅର୍ଥ ଉପାର୍ଜନ କରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଜ଼ିଲ୍ଲା ପ୍ରଶାସନ ବେଆଇନି ଜବର ଦାଖଲଜାରି ଙ୍କ କବଳରୁ ମିଶନ ଶକ୍ତିଗୃହ କୁ ମୁକ୍ତ କରିବାକୁ ଦାବି ହୋଇଛି | ଖବର ନେବାରେ ଜଣାଯାଇଛି ଜଗତସିଂହପୁର ପୌର ପରିଷଦ କାଳିଆବରା ପନ୍ଦର ନମ୍ବର ୱାର୍ଡ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବେୟ ରେ ମିଶନ ଶକ୍ତି ଗୃହ ଏବଂ ତା ନିକଟରେ ଶୌଚାଳୟ ଆଦି ନିର୍ମାଣ କରାଯାଇଥିଲା | ମିଶନ ଶକ୍ତି ଗୃହ ଅନତି ଦୂରରେ ଜ଼ିଲ୍ଲା ଜଳ ଓ ପରିମକ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବେୟ ରେ ଟେଣ୍ଡର ମାଧ୍ୟମ ରେ ଏକ ଠିକା ସଂସ୍ଥା କୁ ବସୁଧା ଟାଙ୍କି ନିର୍ମାଣ କରିବାକୁ ଦିଆଯାଇଥିଲା | ବସୁଧା ପାଣି ଟାଙ୍କି ନିର୍ମାଣ କରୁଥିବା ଠିକାଦାର ଦୁଇ ବର୍ଷରୁ ଉର୍ଦ୍ଧ ହେବ କାଳିଆବାର ପନ୍ଦର ନମ୍ବର ୱାର୍ଡ ରେ ନିର୍ମିତ ମିଶନ ଶକ୍ତି ଗୃହ କୁ ବେଆଇନି ଦଖଲ କରି ସେହି ହୃହ ରେ ତିରିଶି ରୁ ଉର୍ଦ୍ଧ ଶ୍ରମିକ ରହୁଛନ୍ତି | ମିଶନ ଶକ୍ତି ଗୃହ ସମ୍ମୁଖରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ରଡ଼, ଗୋଡି, ଚିପ୍ସ ବାଲି ଆଦି ଗଦା କରିବା ସହିତ ମିଶନଶକ୍ତି ଗୃହ ରେ ସହ ସହ ସିମେଣ୍ଟ ଗଛିତ ରଖିଛନ୍ତି | ଏଠାରେ ପ୍ରଶ୍ନ ଉଠୁଛି ମହିଳାମାନେ ଦୈନିକ ବୈଠକ କରିବା ନିମନ୍ତେ ମିଶନ ଶକ୍ତି ଗୃହ ନିର୍ମାଣ କରାଗଲା ହେଲେ ଲେବର ମାନେ ଦୈନିକ ବେଆଇନି ଭାବେ ରହି ବସୁଧା ପାଣିଟାଙ୍କି ନିର୍ମାଣ କରିବା କେତେଦୂର ଠିକ | ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାର ମହିଳା ମାନଙ୍କ ସାମଗ୍ରିକ ବିକାଶ ପାଇଁ କେତେ ତତ୍ପର | ତେବେ କିଏ ସେ ଠିକାଦାର ବଳ ପୂର୍ବକ ମିଶନ ଶକ୍ତି ଗୃହ ବେଆଇନି ଦଖଲ କରିଛି | ମାସିକ କେତେ ଟଙ୍କା କୁ ମିଶନ ଶକ୍ତି ଗୃହ ଭଡା ଲାଗିଛି |ସେ ଭଡା ଟଙ୍କା କାହା ପକେଟ କୁ ଯାଉଛି | ଏତେ ସବୁ କାରନାମା ପରେ ଜ଼ିଲ୍ଲା ପ୍ରଶାସନ ଏକଥା ଜାଣିପାରୁନାହିଁ କାହିଁକି ନାଁ ପ୍ରଶାସନର ଜ୍ଞାତ ସାରରେ ମିଶନ ଶକ୍ତି ଗୃହ ଭଡା ଲାଗିଛି | ଜ଼ିଲ୍ଲାପାଳ ଦୃଘଟଣା ରୋକିବା ପାଇଁ ଜବରଦଖଲ ଉଛେଦ ଜରିଥିବା ବେଳେ କାଳିଆବାର ସ୍ଥିତ ମିଶନ ଶକ୍ତି ଗୃହ ଜବର ଦଖଲକାରି ଙ୍କ କବଳରୁ କେବେ ମୁକ୍ତ ହେବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ