ଭିଜିଲାନ୍ସ ଜାଲରେ ନାଚୁଣୀ ଥାନାର ଏଏସଆଇ

ଲାଞ୍ଚ ନେଇ ବନ୍ଧାହେଲେ ଏଏସ୍‌ଆଇ। ଖୋର୍ଦ୍ଧା ନାଚୁଣୀ ଥାନା ଏଏସ୍‌ଆଇ | ଜମି ବିବାଦର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ASI ଅକ୍ଷୟ ସେଠୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା। ଅଭିଯୋଗକାରୀ ଜଣକ ଏଏସ୍‌ଆଇଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ସୂଚନାମୁତାବକ ଗତ ୫ ତାରିଖରେ ଜମି ବିବାଦକୁ ନେଇ ଅଭିଯୋଗକାରୀ ଓ ବିପକ୍ଷ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ମାମଲା ରୁଜୁ କରିଥିଲେ । ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସଆଇ ଅକ୍ଷୟ କୁମାର ସେଠୀ । ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଫଇସଲା କରିବା ପାଇଁ ଉଭୟଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଓଡ଼ିଶା ବାହାରେ କାର୍ଯ୍ୟରତ ଥିବାରୁ ଶୀଘ୍ର ମାମଲା ଫଇସଲା କରିବାକୁ ଅନୁରୋଧ କରିଥିଲେ । ଏହାପରେ ଗତକାଲି ଶପଥପତ୍ର ସହ ୫ ହଜାର ଟଙ୍କା ଆଣିବାକୁ ଏଏସଆଇ କହିଥିଲେ ।ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।