୯ ଦିନ ପରେ ଠାବ ହେଲେ ନିଖୋଜ ୧୬ ମତ୍ସ୍ୟଜୀବୀ, ସମସ୍ତେ ସୁରକ୍ଷିତ

ଇଲିସି ମାଛ ଧରିବାକୁ ଯାଇ ସମୁଦ୍ରରେ ନିଖୋଜ ହୋଇଥିବା ୧୬ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି । ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି. ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ ।। ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ସୂଚନା ଅନୁସାରେ ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସାମୂଦ୍ରିକ ଝଡ ସମ୍ପର୍କରେ ସତର୍କ ସୂଚନା ଜାରି କରାଯିବା ସହିତ ସମୂଦ୍ରରେ ଥିବା ଟ୍ରଲର ଗୁଡିକୁ କୂଳକୁ ଫେରି ଆସିବା ପାଇଁ ସୂଚନା ଦିଆଯାଇଥିଲା । ସତର୍କ ବାର୍ତ୍ତା ପରେ ଅଧିକାଂଶ ଟ୍ରଲର କୂଳକୁ ଫେରି ଆସିଥିବା ବେଳେ ମା କାଳୀ ନାମକ ଟ୍ରଲର କୂଳକୁ ଫେରି ନଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ମଧ୍ଯ ବିଚ୍ଛିନ୍ନ ହୋଇଯାଇଥିଲା ।ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଥିଲେ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ।