ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ, ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି । ଏହାସହିତ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କାମନା ମଧ୍ୟ କରୁଛି ।
ତେବେ କେବଳ ରାହୁଲ ଗାନ୍ଧି ନୁହେଁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ମଧ୍ୟ ୭୫ ତମ ଜନ୍ମିଦନରେ ଶୁଭେଚ୍ଛା ଜଣାଇଛନ୍ତି । ଖଡଗେ ଏକ୍ସରେ ପୋଷ୍ଟ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ଏହାସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି । ଭାଗବାନଙ୍କୁ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ।