ଏଫଏମ ବିଶ୍ୱବିଦ୍ୟାଳୟର କୁଳପତି ପିଲାମାନଙ୍କୁ ବୁଝାଇବାକୁ ଯାଇ ଚେତାଶୂନ୍ୟ ହୋଇ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବିଳମ୍ବିତ ରାତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପରୀକ୍ଷା ବିଳମ୍ବକୁ ନେଇ ଆନ୍ଦୋଳନ କରୁଥିବା ଘରୋଇ ନର୍ସିଂ କଲେଜର ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମାଡ଼ ଅଭିଯୋଗ ହୋଇଛି । ଉତ୍ତେଜନା ଭିତରେ ଚେତାଶୂନ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ।ଏକ ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀ ୪ ବର୍ଷର ପରୀକ୍ଷାକୁ ୬ ବର୍ଷ ବିତିଥିଲେ ମଧ୍ୟ ସପ୍ତମ ଆଉ ଅଷ୍ଟମ ସେମିଷ୍ଟରକୁ ବିଶ୍ୱବିଦ୍ୟାଳୟ ପରିଚାଳନା କରୁ ନଥିବା ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା, କିଛି ଛାତ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଯାହାକୁ ନେଇ ରାତିସାରା କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାକୁ ନେଇ କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା ରହିଛି।