ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା

ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ ମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ଓ ଡ୍ରୋନ ଉଡାଣ ପାଇଁ ପ୍ରତିବନ୍ଧକ ଲଗାଯାଇଛି । କଟକଣା ଜୁଲାଇ ୧୬ରୁ ୨୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ଵୀକୃତ ପ୍ରାପ୍ତ ସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ୨୦୨୩ ବିଏନଏସ ଓ ଏୟାରକ୍ରାଫ୍ଟ ଆକ୍ଟ ୧୯୮୩ ଅନୁଯାୟୀ କେହି ଏହି ନିୟମର ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ,ନିରାପତ୍ତା ପାଇଁ ଏହି ଘୋଷଣା କରାଯାଇଛି।