ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରତି ପରିବାର କୁ ଚାରା ବଣ୍ଟନ କରି ଚର୍ଚାରେ ପରିବେଷବିତ
ଜଗତସିଂହପୁର ତା =15/6/26ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଗାଁ ଗାଁ ରେ ରଜ ଦୋଳିର ଆସର, କବାଡି ଖେଳ, ଲୁଡୁ ଖେଳ, କ୍ୟାରମ, ତାସ ଆଦି ଖେଳର ଆସର ଜମି ଥିବା ବେଳେ ନିଆରା ଢଙ୍ଗରେ ନିଆରା ପ୍ରୟାସ ନେଇ ଜଗତସିଂହପୁର ବ୍ଲକ ମଣ୍ଡାସାହି ଯାହାନପୁର ଠାରେ ମା ବୁଢ଼ୀ ତରଡେଇ ଚାରିଟେବୁଲ ଟ୍ରଷ୍ଟ, ଜ଼ିଲ୍ଲା ଜୁନିଅର ରେଡ଼କ୍ରସ, ଜ଼ିଲ୍ଲା ଓଷ୍ଟା ସଙ୍ଘ ଜଗତସିଂହପୁର ଙ୍କ ମିଳିତ ସହଯୋଗ ରେ ଯାହାନପୁର ଅଞ୍ଚଳ ରେ ବୃକ୍ଷ ଚାରା ରୋପଣ ଏବଂ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ମା ବୁଢ଼ୀ ତରଡେଇ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ବରଦା ପ୍ରସନ୍ନ ରାମ ଙ୍କ ଆୟୋଜନ ରେ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଜ଼ିଲ୍ଲା ଓଷ୍ଟା ସଙ୍ଘ ସଭାପତି ନାରାୟଣ ବାରିକ, ପରିବେଷବିତ ଉତ୍କଳ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ମା ବୁଢ଼ୀ ତରଡେଇ ଙ୍କ ପୀଠରେ ଚାରା ବୃକ୍ଷ ଙ୍କୁ ପୂଜା ଅର୍ଚନା କରିବା ସହିତ ଏକ ଶୋଭାଯାତ୍ରା ରେ ଯାହାନପୁର ଗ୍ରାମର ପ୍ରତେକ ପରିବାର ଙ୍କୁ ଚାରା ବୃକ୍ଷ ଉପହାର ପ୍ରଦାନ କରିବା ସହିତ ଆମ ପରିବେଶ ପାଇଁ ବୃକ୍ଷ ର ଉପକାରିତା ସମ୍ପର୍କ ରେ ସଚେତନ କରାଇ ବାୟୁ ମଣ୍ଡଳ ପ୍ରଦୂଷଣରୁ କିପରି ରକ୍ଷା କରାଯାଇପାରିବ ସେ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ପରିବେଶ ସନ୍ତୁଳନ ରୁ ରକ୍ଷା କରିବା ନିମନ୍ତେ ପରିବେଷବିତ ମାନଙ୍କ ଭିନ୍ନ ପ୍ରୟାସ କୁ ଅଞ୍ଚଳବାସି ଖୁବ ତାରିଫ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ