ସମ୍ବର୍ଦ୍ଧିତ ହେଲେ ନୂତନ ପ୍ରଧାନ ଶିକ୍ଷକ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ
ଲାଞ୍ଜିଗଡ, (କଳାହାଣ୍ଡି):* ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୁମାର ଗୌରବ ପରିଡାଙ୍କ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜlମଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ବରିଷ୍ଠ ଶିକ୍ଷକ ତଥା ସାଧନ କର୍ମୀ ଶ୍ରୀଯୁକ୍ତ ତପନ କୁମାର ଭୋଇଙ୍କ ଦ୍ୱାରା ଡିକୋଡିଂ ଓ ଭାଷା ଶିକ୍ଷା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହା ସହିତ BRG ଶ୍ରୀଯୁକ୍ତ ବାରିକ ସାର୍ ଶିକ୍ଷଣ କାର୍ଯ୍ୟର ପାଞ୍ଚୋଟି ସୋପାନ ଯଥା – ଅଧିତି, ବୋଧ, ଅଭ୍ୟାସ, ପ୍ରୟୋଗ ଓ ପ୍ରସାର ତଥା ନ୍ୟସ୍ତ କାର୍ଯ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ।ଏହି ଅବସରରେ ପଦୋନ୍ନତି ପାଇ ନୂତନ ପ୍ରଧାନ ଶିକ୍ଷକ ଭାବେ କ୍ଲଷ୍ଟରରେ ଯୋଗ ଦେଇଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତପନ କୁମାର ଭୋଇ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହାଣୀ, ଶ୍ରୀଯୁକ୍ତ ଚିନ୍ତାମଣି ବିଶ୍ୱାଳ, ଶ୍ରୀଯୁକ୍ତ ଭୋଦେବ ନିଆଲ, ଶ୍ରୀଯୁକ୍ତ ଜଳପତି ନାଏକ, ଶ୍ରୀଯୁକ୍ତ ବେଣୁଧର ଶବର, ଶ୍ରୀଯୁକ୍ତ ପରେଶ ଗହୀର, ଶ୍ରୀଯୁକ୍ତ ଲିଙ୍ଗରାଜ ପଧାନ ଆଦିଙ୍କୁ ଅଭିନନ୍ଦନ ଓ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସେହିପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଦମଗୁଡାରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ତାଣ୍ଡି ନୂତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ଚୟନ ହୋଇଥିବାରୁ ତାଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୁମାର ଗୌରବ ପରିଡା ତଥା ସମସ୍ତ ଶିକ୍ଷକ ଅଭିନନ୍ଦନ ଓ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏହା ପରେ ସୁରଭି-୨୦୨୬ ପାଳନ ଉପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରାଯାଇଥିଲା।