ସ୍ୱର୍ଣ୍ଣ ବିଜେତା ଭାରତୀୟ ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏସିଆଡ୍ରେ ମହିଳା ହକିରେ ଭାରତ ଚାମ୍ପିଅନ ହେବାର ଗୌରବ ଲାଭ କରିଛି । ସ୍ୱର୍ଣ୍ଣ ସହ ମହିଳା ଦଳ ସିଧାସଳଖ ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି । ତେବେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର । ସେହିପରି ଟିମର ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ।ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।