ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଧୁମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ*
*କୁଜଙ୍ଗ ତା ୪/୯କୁଜଙ୍ଗ: ବ୍ଲକ ଅନ୍ତର୍ଗତ କୁଜଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ମହା ଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା, ବଳରାମ ବେଶରେ ସଜ୍ଜିତ ହୋଇ ଦହି ହାଣ୍ଡି ଭାଙ୍ଗି ପ୍ରଭୁଙ୍କ ବାଲ୍ୟ ଲୀଳାକୁ ମନେ ପକାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ କବୟିତ୍ରୀ ତଥା ଲେଖିକା ଶ୍ରୀମତୀ ମାନସୀ ପ୍ରଭା ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ଭାବେ ସ୍କୁଲର ମ୍ୟାନେଜିଂ କମିଟି ସଦସ୍ୟ ଶ୍ରୀ ଶରତ କୁମାର ସାମନ୍ତରାୟ ଯୋଗଦେଇ ପିଲାମାନଙ୍କୁ ପ୍ରଭୁ କୃଷ୍ଣଙ୍କ ଲୀଳା ବିଷୟରେ ବୁଝାଇଥିଲେ।

କବୟିତ୍ରୀ ଶ୍ରୀମତୀ ସ୍ୱାଇଁ ନିଜ କବିତାରୁ କିଛି ଅଂଶ ପିଲାଙ୍କୁ ଶୁଣାଇଥିଲେ।ପରେ ପିଲାମାନେ ବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି କୁଜଙ୍ଗ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚିତ୍ତରଞ୍ଜନ ବେହେରା, ଶ୍ରୀ ସଞ୍ଜୟ କୁମାର ଦାସ, ଗୌରାଙ୍ଗ ଚରଣ ସ୍ୱାଇଁ, ରଞ୍ଜିତ ଦାସ, ବିପିନ ଓ ସମସ୍ତ ଗୁରୁଜୀ, ଗୁରୁମା ମାନେ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ଆଚାର୍ଯ୍ୟା ସୂଚିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
