ସାତକୋଶିଆ ବାଲୁକା ଟେଟଂ ଉଦ୍‌ଘାଟିତପର୍ଯ୍ୟଟ୍ଟକଙ୍କୁ ଆକୃଷ୍ଟ କରୁଛି ବାଲୁକା ଶଯ୍ୟାରେ ରଙ୍ଗୀନ ଆଲୋକମାଳା

ଗଣିଆ, (ବିଶ୍ଵରଞ୍ଜନ୍ ସେଠି) ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଚଂଳର ବଡମୂଳ ମଙ୍ଗାନାସୀଠାରେ ରହିଛି ପରିବେଶ ପର୍ଯ୍ୟଟ୍ଟନ କେନ୍ଦ୍ର ମଙ୍ଗାନାସୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ । ବର୍ଷସାରା ଏହି ପର୍ଯ୍ୟଟ୍ଟନ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରୀତ ୩ଟି କଟେଜ ଓ ୪ଟି ତମ୍ବୁ କଟେଜ ପର୍ଯ୍ୟଟ୍ଟକଙ୍କ ପାଇଁ ଖୋଲାରହିଛି । ଏତଦ୍‌ବ୍ୟତୀତ ବିଗତବର୍ଷ ଗୁଡିକରେ ୧୬ଟି ରୁ ଆଉ ୪ଟିକୁ ବୃଦ୍ଧି କରାଯାଇ ଚଳିତ ବର୍ଷ ମହାନଦୀର ବାଲୁକା ଶଯ୍ୟା ଉପରେ ଶନିବାର ୨୦ଟି ଅଣ ଶୀତତାପ ନିୟନ୍ତ୍ରୀତ ବାଲୁକା ଟେଟ୍‌ଂକୁ ଉଦଘାଟିତ ହୋଇଯାଇଛି । ତେବେ ଚଳିତ ବର୍ଷ ମଧ୍ୟ କାଠରେ ନିର୍ମିତ ଶଗଡ ଗାଡି ,ଲାଇଟ ଗେଟ୍ ଓ ଆଇ ଲଭ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ଏହି ପର୍ଯ୍ୟଟ୍ଟନ କେନ୍ଦ୍ରର ମୁଖ୍ୟ ଆକର୍ଷଣ ପାଲଟିଛି । ବିଶେଷକରି ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ନୂତନ ଢଙ୍ଗରେ ସ୍ୟାଣ୍ଡ ରିସୋର୍ଟକୁ ସାଜସଜ୍ଜା କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟ୍ଟକ ପାର୍ଥସାରଥୀ ଦତ୍ତ ଓ ତାଙ୍କ ପରିବାର ଏହି ବାଲୁକା ଟେଟଂକୁ ଉଦଘାଟିତ କରିବା ସହ କେକ୍ କାଟିଥିଲେ ।

ଚଳିତ ବର୍ଷ ଜିଏସଟି ଦର ହ୍ରାସ ପାଇବା ପରେ ଏହି ବାଲୁକା ଶଯ୍ୟା ଉପରେ ୧୬ଟି ଟେଟ୍‌ଂ ନିର୍ମାଣ କରାଯାଇଥିବା ବେଳେ ବହୁତ ପର୍ଯ୍ୟଟ୍ଟକଙ୍କ ଚାହିଦାକୁ ଆଖି ଆଗରେ ରଖି ଚଳିତ ବର୍ଷ ଆଉ ୪ଟି ଅଧିକ ଅଣଶୀତତାପ ନିୟନ୍ତ୍ରୀତ ଟେଟ୍‌ଂ ଖୋଲାଯିବା ପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବ ଜିଏସଟି ଦର ହ୍ରାସ ପରେ ଅନଲାଇନ ଯୋଗେ ଗୋଟିଏ ଦିନ ବୁକିଂ ପାଇଁ ଶୀତତାପ ନିୟନ୍ତ୍ରିତ କଟେଜ ପ୍ରତି ୫୪୧୬ଟଙ୍କା, ଶୀତତାପ ନିୟନ୍ତ୍ରୀତ ଟେଟଂ ପ୍ରତି ୪୮୩୨ଟଙ୍କା, ଓ ଅଣ ଶୀତତାପ ନିୟନ୍ତ୍ରୀତ ବାଲୁକା ଟେଂଟ ପ୍ରତି ୪୨୪୮ଟଙ୍କା ଧାର୍ଯ୍ୟ କରାଯାଇଥିବା ପରିଚାଳନା କମିଟି ତରଫରୁ ସୂଚନା ମିଳିଛି । ଶନିବାର ପୂର୍ବାହ୍ନରେ ଏହି ପର୍ଯ୍ୟଟ୍ଟନ କେନ୍ଦ୍ର ପରିସରରେ ପୂଜାର୍ଚ୍ଚନା ପରେ ଆସିଥିବା ପର୍ଯ୍ୟଟ୍ଟକମାନଙ୍କୁ ଚନ୍ଦନଟିପା ଲଗାଇବା ସହ ଉପଢୈାକନ ସହ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ତେବେ ସକାଳୁ ଏହି ପର୍ଯ୍ୟଟ୍ଟନ କେନ୍ଦ୍ରକୁ ପରିଚାଳନା କରୁଥିବା ମା ସାତଭଉଣୀ ପରିବେଶ ବିକାଶ ସମିତିର ସଭ୍ୟାସଭ୍ୟମାନଙ୍କ ଦ୍ୱାରା ଝୋଟିଚିତା, ରଙ୍ଗବେରଙ୍ଗ ଫୁଲ ଓ ବେଲୁନରେ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା । ଏହି ପର୍ଯ୍ୟଟ୍ଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟ୍ଟକମାନଙ୍କ ପାଇଁ ପୂର୍ବପରି ଖାଦ୍ୟ, ଜଙ୍ଗଲ ଟ୍ରେକିଂ, ସାଇକେଲିଂ, କ୍ୟାନୋପି ୱାକ୍‌, ସ୍ଥାନୀୟ ଲୋକନୃତ୍ୟ, ଖେଳ ସୁବିଧା , ଚିଲଡ୍ରେନସ୍ ପାର୍କ, ବାଲୁକା ଶଯ୍ୟା ଉପରେ ପର୍ଯ୍ୟଟ୍ଟକମାନଙ୍କ ଆମୋଦପ୍ରମୋଦ ପାଇଁ ସିମେଟଂ ଚୌକି, ଛତା, ମହାନଦୀରେ ସୁରକ୍ଷିତ ସନ୍ତରଣ, ସାତକୋଶିଆ ଗଣ୍ଡରେ ବୋଟିଂ ସମୟରେ ବିଭିନ୍ନ ପକ୍ଷୀ ଓ କୁମ୍ଭୀର ଦେଖିବା ସହ ଜେଟିରେ ବସି ସେଲଫି ନେବାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।