କଟକ: ହୁତୁହୁତୁ ହୋଇ ଜଳୁଛି ପଲିଥିନ କାରଖାନା

ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହାସହ ଏଥିରେ କାହାର କିଛି ହୋଇନଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଛି। ନିଆଁ କିଏ ଲଗାଇ ଦେଇଛି, ନାଁ ଅନ୍ୟ କୌଣସି କାରଣରୁ ନିଆଁ ଲାଗିଯାଇଛି ତାହା ଜଣାପଡ଼ି ନାହିଁ |