ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ କାୟାକଳ୍ପ ଟିମ୍
ଗଣିଆ, (ବିଶ୍ୱରଂଜନ ସେଠି): ଗଣିଆଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର
ପରିଦର୍ଶନ କରିଛନ୍ତି ରାଜ୍ୟ କାୟାକଳ୍ପଟିମ୍ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଡାକ୍ତର ମଧୁସୂଦନ ଦାଶଙ୍କ ତତ୍ତ୍ବାବଧାନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତର ବିଜୟ କୁମାର ଧଳ, ବିଦ୍ୟାଳୟ ସ୍ବାସ୍ଥ୍ୟ ପରାମର୍ଶଦାତାବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଦାଶ, ଭାରତୀୟଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟ ସଂଯୋଜକ
ସମରେଶ୍ଵର ସାହୁଙ୍କ ସମେତ ୩ଜଣିଆ ରାଜ୍ୟ କାୟାକଳ୍ପ
ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବିଭିନ୍ନ ଯାଞ୍ଚ କରିଥିଲେବିଶେଷକରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା,ଜୈବ ଆବର୍ଜନା ପରିଚାଳନା, ଔଷଧୀୟ ଉଦ୍ୟାନ, ଜଳନିଷ୍କାସନ ବ୍ୟବସ୍ଥା, ସ୍ବାସ୍ଥ୍ୟକେନ୍ଦ୍ରର କାଗଜପତ୍ର ଯାଞ୍ଚ ସହିତକାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନକରିଥିଲେ।

ଖାସ କରି ସ୍ଵଛତା ଓ ବର୍ଜ୍ୟବସ୍ତୁ ପରିଚାଳନା
ଉପରେଟିମ୍ଅଧିକଗୁରୁତ୍ଵଦେଉଥିଲେ। ସ୍ବାସ୍ଥ୍ୟକେନ୍ଦ୍ରପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମର ଫଟୋସବୁକୁ ଦେଖିରାଜ୍ୟ କାୟାକଳ୍ପ ଟିମ୍ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ
ଦାଶଙ୍କୁ ପ୍ରଶଂସା କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ
ମଧ୍ୟରେ ଡାକ୍ତର ମାନସୀ ପଟ୍ଟନାୟକ, ଡା. ପ୍ରଭାତୀ
ପ୍ରିୟଦର୍ଶନୀ, ଡା. ପ୍ରଭାକର ଦାଶ,ଡା. ରଜତ କୁମାର
ପଣ୍ଡା, ଫାର୍ମାସିଷ୍ଟ ବିରେନସାସମଲ, ରଞ୍ଜିତ ପରିଡ଼ା,ପିଇଓ କମଳା ମହାରଣାଙ୍କ ସମେତ ସ୍ବାସ୍ଥ୍ୟକର୍ମୀ ମାନେଉପସ୍ଥିତ ଥିଲେ। ଏଥି ସହିତ ‘ଆଶାଟିଏକୁ ଗଛଟିଏ’,
‘ଆଜାଦୀ କି ଅମୃତ ମହୋତ୍ସବ’ ଓ ଫୁଲବଗିଚାଠାରୁଆରମ୍ଭ କରି ବ୍ୟାଡ୍ମିଣ୍ଟନ ଖେଳପଡ଼ିଆ ପରିଦର୍ଶନକରି ଖୁସିବ୍ୟକ୍ତ କରିଥିଲେ ରାଜ୍ୟ କାୟାକଳ୍ପ ଟିମ୍।
