ଜନ୍ମମାଟିରେ ଗଣକବିଙ୍କ ୭0 ତମ ସ୍ମୁତି ଉତ୍ସବ

ମାହାଙ୍ଗା -୧୭/୪ ବିରୂପା ସାହିତ୍ୟ ସଂସଦ ମାହାଙ୍ଗା ଆନୁକୂଲ୍ୟରେ ଓଡ଼ିଆ ଯାତ୍ରା ଜଗତର ମଉଡମଣୀ, ଗୀତିନାଟ୍ୟ ସମ୍ରାଟ, ଗଣକବି ବୈଷ୍ଣବ ପାଣିଙ୍କ ୭0 ତମ ସ୍ମୁତି ଉତ୍ସବ ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ମାଆ ଗୌରୀ ପ୍ୟାଲେସ କୋଠପଦା ଠାରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l
ମୁଖ୍ୟ ବକ୍ତାଭାବେ ଗବେଷକ ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇଥିଲେ l


ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଡକ୍ଟର ଅମରେନ୍ଦ୍ର ମହାନ୍ତି,ସାହିତ୍ୟିକ ବିପିନ ବିହାରୀ କର, କବି ଭକ୍ତ ଚରଣ ସାହୁ, ଡକ୍ଟର ଭାବଗ୍ରାହୀ ରାଉତ, କବି ପ୍ରଶାନ୍ତ କୁମାର କର, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ଜାତିର କ୍ରାନ୍ତିଦ୍ରଷ୍ଟା ପୁରୁଷ ଗଣକବିଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋଚନା କରିଥିଲେ l
ଏହି ଅବସରରେ ଡିପିଏସ ସିପୁରାର ସିବିଏସ ଛାତ୍ର ତଥା କୋଠପଦା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସ୍ୱାଭିମାନ ସାହୁ ୯୭.୮% ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ,ସୁଧୀର ମହାନ୍ତି, ଅଚ୍ୟୁତାନନ୍ଦ ପଲେଇ,ସାମ୍ବାଦିକ ବିଜୟ ଯେନା,ଅଶୋକ ଦାଶ, ଶୈଳମଣୀ ସାହୁ, ସୁରେଶ ବଳ,ହୃଷିକେଶ ବେହେରା, ବିଜୟ କୁମାର ଦାସ, ପ୍ରସନ୍ନ ପରିଡା, ଭାରତ ଭୂଷଣ ଦାସ, ମାଗୁଣି ଚରଣ ସାମଲ, ରଞ୍ଜନ ବଳବନ୍ତରାୟ,ବାସବ ବେହେରା, ପ୍ରିୟରଞ୍ଜନ ଦାସ, କୈଶୋର ଦାସ, ଅବଦୁଲ ହମିଦ, ରଂଜିତ ଦାସ, ଗଣେଶ ବିହାରୀ, ଜୟଦେବ ମୁଦୁଲି, ବିଷ୍ଣୁ ଚରଣ ବେହେରା, ଦେବେନ୍ଦ୍ର ଯେନା,କିଶୋର ଚନ୍ଦ୍ର ଦାସ,ମୁରଲୀଧର ବେହେରା, ବିଜୟ କୁମାର ଦାଶ, କ୍ଷୀରୋଦ ଦାଶ,ମାନସ ବେହେରା,ହରେକୃଷ୍ଣ ନାୟକ, ରାକେଶ ବିଶ୍ୱାଳ,ଅଜୟ ସିଂ, ସନ୍ତୋଷ ରାଉତ,ଶ୍ରଦ୍ଧାଞ୍ଜଳି ମହାନ୍ତି,ରୋଜି ମହାପାତ୍ର, ଝରଣା ମଲ୍ଲିକ, ଝୁନୁଲତା ମହାନ୍ତି,ସନାତନ ସିଂ,ପ୍ରମୁଖ ଗଣକବିଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l