ଗଣିଆ ବ୍ଲକରେ ବିଜେଡ଼ିର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଗଣିଆ -( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ କାଦୁଆ ଆମ୍ୱ ତୋଟାରେ ଗଣିଆ ବିଜେଡିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣିଆ ବ୍ଲକର ନୂତନ ବିଜେଡି ସଭାପତି ଶେଷଦେବ ସ୍ୱାଇଁଙ୍କ ସଭାପତିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ଉପାଧ୍ୟକ୍ଷ ରାଜକିଶୋର ସାହୁ ,ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦଶପଲ୍ଲାର ପୁର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ,ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା , ନୂଆଗାଁ ବ୍ଲକ ବିଜେଡି ସଭାପତି ଯୁଗଳ କିଶୋର ସାହୁ , ଦଶପଲ୍ଲା ବ୍ଲକ ସଭାପତି ଅରୁଣ କୁମାର ସ୍ବାଇଁ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣାଙ୍କ ସମେତ ଗଣିଆ ବ୍ଲକର ଆଠ ଗୋଟି ପଞ୍ଚାୟତର ସମସ୍ତ ସଭାପତି ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଦଳକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ।

ବୈଠକରେ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ,ବିଫଳତା ଓ ଆଇନ ଶୃଙ୍ଖଳାକୁ ନେଇ ମଞ୍ଚାସିନ ଅତିଥି ମାନେ ବର୍ଷିଥିଲେ । ଏହି ସବୁ ଜନବିରୋଧୀ ନୀତିକୁ ମୁଦ୍ଦା କରି ସଂଗଠନକୁ ସୁଦୃଢ଼ କରି ଆଗାମୀ ଦିନରେ ସରକାରଙ୍କ ଜନ ବିରୋଧୀ ନୀତିକୁ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତି ନେଇଥିଲେ । “ଓଡ଼ିଶା ବାସୀଙ୍କ ବଳ, ବିଜୁ ଜନତା ଦଳ ” ସର୍ବଦା ଲୋକଙ୍କ ସୁଖ-ଦୁଃଖରେ ସାଥି ହୋଇ ଥିଲା,ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁନର୍ବାର ଗଣିଆ ବ୍ଲକ ଦଖଲ କରିବାକୁ ଶପଥ ନେଇଥିଲେ ।
