ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ । ଦିଲ୍ଲୀରେ ଗିରଫ କଲା ପୋଲିସ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ। ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ବି ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ମହାରାଷ୍ଟ୍ରର ୨ ଜଣ ଓ ବିହାର ଜଣେ। ଗିରଫ ଯୁବକ ମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ । ଏମିତିକି ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ ଏମାନେ । ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍‌/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ ମଧ୍ୟ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ତାଲିମ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଗିରଫ ଯୁବକ ମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏମାନେ ‘ଗଜୱା-ଏ-ହିନ୍ଦ’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।