ଗଣିଆ ଶିଶୁ ମନ୍ଦିରରେ ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଣିଆ :(ବିଶ୍ୱରଂଜନସେଠି)ଗଣିଆ ବ୍ଲକସ୍ଥିତ ଗଣିଆ ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଗିରିଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅଟିଥି ଭାବେ ଗଣିଆ ତହସିଲଦାର ଐଶୂର୍ୟା ପୃଷେଠ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଶିକ୍ଷା ବିକାଶ ସମିତିର ସଂକୁଳ ପ୍ରମୁଖ , ସମ୍ମାନିତ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ , ସମିତି ସଭ୍ୟ ଫକିର ମୋହନ ଡାକୁଆ , ବିଦ୍ୟାଳୟର ସମ୍ପାଦକ ବସନ୍ତ କୁମାର ସାହୁ , ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ଓ କୋଷାଧ୍ୟକ୍ଷ ଶରତ କୁମାର ଜେନା ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ବାରା ଛାତ୍ର ଛାତ୍ରୀମାନେ ଉତ୍ତମ ବ୍ୟବହାର କରି ପାରିବେ ବୋଲି ମତ ଦେଇଥିଲେ ।ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିବା ପରେ ମଞ୍ଚାଷିନ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ ।ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ସ୍ଵାଗତ ଭାଷଣ ଓ ସମ୍ପାଦକ ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଦେଇଥିବା । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ତରଫରୁ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ପିଇବା ପାଣି ପାଇଁ ଏକ ଆକୁଆଗାର୍ଡର ଉଦ୍ଘାଟନ କରଯାଇଥିଲା । ଯାହାକୁ ନେଇ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନେ ସାଂସଦଙ୍କୁ ସାଧୁବାଦ୍ ଜଣାଇଛନ୍ତି ।