ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ, ପ୍ରତାପ ହେଲେ ସଭାପତି
ଗଣିଆ-.(ବିଶ୍ୱରଂଜନ ସେଠି) ରବିବାର ପୂର୍ବାହ୍ନରେ ଗଣିଆ ବ୍ଳକ ଅନ୍ତର୍ଗତ ଏରୁଣ୍ଡିପଥର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘର ଏକ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ବିଜୟ କୁମାର ମହାରଣା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଂଘର କର୍ମକର୍ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବା ଘୋଷଣା କରିଥିଲେ । ସଂପାଦକ ସୁରେଶ କୁମାର ବେହେରା କର୍ମକର୍ତାଙ୍କର ବିଦାୟୀ ଭାଷଣ ରଖିବା ସହିତ ନୂତନ କର୍ମକର୍ତା ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ । ନିର୍ବାଚନ ନୀତି ନିୟମ ଉପରେ ସମସ୍ତଙ୍କୁ ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ସୁଚନା ଦେଇଥିଲେ । ସର୍ବସମ୍ମତି କ୍ରମେ ସଭାପତିଭାବେ ପ୍ରତାପ କୁମାର ପାଣିଗ୍ରାହୀ, ଉପସଭାପତିଭାବେ ସୁଶାନ୍ତ କୁମାର ରଣା ଓ ସାବିତ୍ରୀ ବେହେରା, ସମ୍ପାଦକଭାବେ ଶୋଭନ କୁମାର ପଣ୍ଡା, ସହ-ସମ୍ପାଦକଭାବେ ପୁର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷଭାବେ ପ୍ରସାନ୍ତ କୁମାର ପାଣିଗ୍ରାହୀଙ୍କୁ ନିର୍ବାଚିତ କରାଯାଇଥିଲା । ଜିଲା ପ୍ରତିନିଧିଭାବେ ବାମନ ଚରଣ ବାରିକି, ସୁରେଶ କୁମାର ବେହେରା ଓ କିଶୋର କୁମାର ପଣ୍ଡା ଓ ଉପଦେଷ୍ଟାଭାବେ ବିଜୟ କୁମାର ମହାରଣା, ପ୍ରଫୁଲ କୁମାର ମିଶ୍ର, ଶୁକଦେବ ରାଉତ, ଶୁଭ୍ରମ କୁମାର ସାହୁ, କନ୍ୟାକୁମାରୀ ବେହେରା ଓ ନିଳିମାସୁନ୍ଦରୀ ମହାରଣାଙ୍କୁ ଚୟନ କରାଯାଇଥିଲା । ସେହିପରି ଗଣିଆ ବ୍ଳକର ୬ଗୋଟି କ୍ଳଷ୍ଟର ମଧ୍ୟରୁ ଗଣିଆ କ୍ଳଷ୍ଟରରୁ କାଳୀଚରଣ ଦଳବେହେରା, କିଶୋରପ୍ରସାଦ କ୍ଳଷ୍ଟରରୁ ରଶ୍ମିରଂଜନ ବେହେରା, ଆଡ଼କଟା କ୍ଳଷ୍ଟରରୁ ବୀରେନ୍ଦ୍ର କୁମାର ସାହୁ, ରାସଙ୍ଗ କ୍ଳଷ୍ଟରରୁ ଗୋକୁଳାନନ୍ଦ ରାଉତ, ଛାମୁଣ୍ଡିଆ କ୍ଳଷ୍ଟରରୁ ଭ୍ରମରବର ଦଳେଇ, ଓ ବଡ଼ସିଲିଙ୍ଗା କ୍ଳଷ୍ଟରରୁ ବସନ୍ତ କୁମାର ଜାନୀଙ୍କୁ ମନୋନୀତ କରାଯାଇଥିଲା । ଏହାପରେ ନୂତନଭାବେ ଯୋଗଦାନ କରିଥିବା ଶିକ୍ଷୟତ୍ରୀ ସୁପ୍ରିୟା ସାମନ୍ତସିଂହାରଙ୍କୁ ଉତରୀୟ ଦେଇ ସ୍ୱଗତ କରାଯାଇଥିଲା । ପରେ ସମସ୍ତ ନୂତନ କର୍ମକର୍ତାଙ୍କୁ ବିଦାୟୀ ସମ୍ପାଦକ ଶ୍ରୀଯୁକ୍ତ ବେହେରା ସ୍ୱାଗତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା ।
