ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ସେମି ଫାଇନାଲରେ ସାଗର ଇଲେଭେନ୍ ଓ ରାଜିଙ୍ଗି ଟିମ୍
ଗଣିଆ ( ବିଶ୍ୱରଂଜନ ସେଠି );ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆ ସାହି ଠାରେ ସମାଜ ସେବୀ ଗଣେଶ୍ୱର ସାମଲ ଓ ସାତକୋଶିଆ ସ୍ୟାଣ୍ଡସ ରିସୋର୍ଟ ଦ୍ୱାରା ପ୍ରାୟୋଜିତ ଫ୍ରେଣ୍ଡସିପ କ୍ରିକେଟ କ୍ଲବ ଫ୍ରେଣ୍ଡସିପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ ୩ ବେଠିଆସାହି ଜଗନ୍ନାଥ ମନ୍ଦିର ପଛ ଖେଳ ପଡିଆ ଠାରେ ଗୁରବାର ଅନ୍ତିମ କ୍ବାଲିଫାୟାର ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ ରେ ମହାବୀର ଇଲେଭେନ୍ ହାତିଗଡ଼ ବନାମ ଆର ଡି ସି ସି ରାଜିଙ୍ଗି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହାତିଗଡ଼ ଟିମ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ରାଜିଙ୍ଗି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୧୩୯ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେ ହାତିଗଡ ନିର୍ଦ୍ଧାରିତ ୧୦ଓଭର ସମସ୍ତ ୱିକେଟ ହରାଇ ୯୦ ରନ କରିବାରେ ସକ୍ଷମ ହୋଇଥିଲା ରାଜିଙ୍ଗି ଟିମ୍ ୪୯ ରନ୍ ରେ ବିଜୟୀ ହୋଇଛି । ଆଜିର ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କୃଷି ଉଦ୍ୟୋଗୀ ସନ୍ତୋଷ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଛାମୁଣ୍ଡିଆ ଗ୍ରାମର ସଭାପତି ରୁଦ୍ରାକ୍ଷ ଦଳେଇ ଯୋଗ ଦେଇଥିଲେ । ଫ୍ରେଣ୍ଡସିପ କ୍ରିକେଟ କ୍ଲବ ର ଅଧକ୍ଷ ବିଜୟନନ୍ଦ ତରେଇ,ସଭାପତି ପ୍ରଶାନ୍ତ ବେହେରା , କୋଷାଧ୍ୟକ୍ଷ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚରେ ରାଜିଙ୍ଗି ଟିମର ସ୍ୱାଧୀନ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥିଲେ। ସେହି ପରି ଅନ୍ତିମ କ୍ୱାଲିଫାୟର ମ୍ୟାଚ୍ ଏମ୍ ଡି ସି ସି ଚକ୍ରଗଡ଼ ବନାମ ଇଲାଇଟ ଇଗଲ ଇଲେଭେନ୍ (ନରସିଂପୁର)ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚକ୍ରଗଡ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୧୦ଓଭର ୮ ୱିକେଟ ହରାଇ୧୩୧ ରନ କରିବାରେ ସକ୍ଷମ ହୋଇଥିଲା। ଜବାବରେଇ ଲାଇଟ୍ ଇଗଲ ଇଲେଭେନ୍ ନିର୍ଦ୍ଧାରିତ ୧୦ଓଭର ରୁ ୮.୩ ଓଭର ୪ୱିକେଟ ହରାଇ ୧୩୩ କରି ୭ୱିକେଟ ରେ ବିଜୟୀ ହୋଇଥିଲା। ଦୀପକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ଆଜିର ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ସାମଲ ଯୋଗ ଦେଇଥିଲେ।ସରୋଜ କୁମାର ରଣା ଓ ସିଲୁ ଖେଳ ପରିଚାଳନା କରିଥିଲେ। ବହୁ ଦର୍ଶକ ଖେଳ ଉପଭୋଗ କରୁଥିଲେ। ଗଣିଆ ବନାମ ଢୋଲମରା ଏବଂ ରାଜିଙ୍ଗି ବନାମ ସାଗର ଇଲେଭେନ୍ ( ନରସିଂହପୁର) ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଏଫ୍ ସି ସି ର ଅଧ୍ୟକ୍ଷ ବିଜୟାନନ୍ଦ ତରେଇ ସୂଚନା ଦେଇଛନ୍ତି ।