ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଚୌଦ୍ୱାର କଟକ Dt 16/02/2026 କଟକ ଜିଲ୍ଲା ଚୌଦ୍ୱାର ହିଙ୍ଗୁଳେଇ ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଶିକ୍ଷାକେନ୍ଦ୍ର ର ଅଧକ୍ଷ ଶ୍ରୀ ମାନସ ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ ସହିତ ଚଳିତ ବର୍ଷ ହେବାକୁ ଯାଉଥିବା ମ୍ୟାଟ୍ରିକ ପରୀକ୍ଷା ଫେବୃଆରୀ ମାସ ୧୯ ତାରିଖ ରେ ହେଉଥିବାରୁ ପିଲାମାନେ କିପରି ଭାବେ ମାନସିକ ଚାପ ରୁ ଦୁରେଇ ରହିବେ ଏବଂ ଉତ୍ତମ ରେଜଲ୍ଟ କରିବେ ତାହା ମତ ପ୍ରକାଶ କରିଥିଲେ l

ଅନ୍ୟ ପକ୍ଷ ରେ ଗଣିତ ଓ ବିଜ୍ଞାନ ପରୀକ୍ଷା ଦିନ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ୧୫ ମିନିଟ ଦିଆଯାଉଥିବାରୁ ଏହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ଶିକ୍ଷାକେନ୍ଦ୍ର ର ଶିକ୍ଷକ ମାନସ ରଞ୍ଜନ ଦାସ l ଏଥି ସହିତ ସାଇ ଇନଷ୍ଟିଚ୍ୟୁଟ ପକ୍ଷ ରୁ ହେଇଥିବା ଏକ ପରୀକ୍ଷା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀଆନ ଶ୍ରୀ ସୁଧାଂଶୁ ଶେଖର ଜେନା, ଦୀପ୍ତିମୟୀ ବେହେରା,ଦୀପ୍ତି ରଞ୍ଜନ ସାହୁ ହରେକୃଷ୍ଣ ସାହୁ,ପ୍ରିୟ ଦର୍ଶିନୀ ସାହୁ,ପ୍ରଭାତୀ ସାହୁ, ମମତା ସାହୁ ଙ୍କ ସମେତ ଶିକ୍ଷାକେନ୍ଦ୍ର ର ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷାକେନ୍ଦ୍ର ର ରାଜେଶ ରଞ୍ଜନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ l