ବ୍ଲକ ସ୍ତରୀୟ ସମୂହ ବନ୍ଦେ ମାତରମ୍ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ର ଗୀତ ବନ୍ଦେ ମାତରମର ୧୫୦ତମ ବାର୍ଷିକ ପାଳନ ଅବସରରେ ସମୁହ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡିଓ ଲବଣ୍ୟେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରା, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ଗଣିଆ ପଂଚାୟତ ସରପଂଚ ଗିରିଧାରୀ ସେଠୀ, ସମିତିସଭ୍ୟ ଫକୀର ମୋହନ ଡାକୁଆ, ପ୍ରଶିକ୍ଷକ ରଶ୍ୱିରଂଜନ ବେହେରା ଓ କିଶୋର କୁମାର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଅତିଥିଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ସମୁହ ବନ୍ଦେ ମାତରମ ସଙ୍ଗୀତ ଗାନ କରିଥିଲେ । ଅତିଥିମାନେ ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ମହତ୍ୱ ବିଷୟରେ ବର୍ଣ୍ଣନା କରିବା ସହିତ ସବୁଜ, ସୁନ୍ଦର, ସ୍ୱଚ୍ଛ ଏବଂ ଆତ୍ମ ନିର୍ଭର ଭାରତ ଗଠନ ଲକ୍ଷଙ୍କର ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ନିମନ୍ତେ ଜାତୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ପ୍ରତ୍ୟେକ ଭାରତୀୟ ଗାଇବା ଆବଶ୍ୟକ ବୋଲି କହିଥିଲେ । ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ୨୩ ଜଣ କୃତୀ ପ୍ରତୀଯୋଗୀମାନଙ୍କୁ ପୁରସ୍କାର ବଂଟନ କରାଯାଇଥିଲା । ପ୍ରଶିକ୍ଷକ କିଶୋର କୁମାର ପଣ୍ଡା, ରଶ୍ମିରଂଜନ ବେହେରା ଓ ପ୍ରଜ୍ଞା ପରମିତା ରଥଙ୍କୁ ବିଡିଓ ଉତରୀୟ ଦେଇ ସମ୍ବର୍ଦ୍ଧିିତ କରିଥିଲା ବେଳେ ପ୍ରଶିକ୍ଷକ କିଶୋର କୁମାର ପଣ୍ଡା ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।
