ରାଉତପଡ଼ା ସଂପର୍କ କ୍ଲବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେଗଣିଆକୁ ହରାଇ କିଶୋରପ୍ରସାଦ ଚାମ୍ପିଅନ ।

ଗଣିଆ -(ବିଶ୍ୱରଂଜନ ସେଠି)ରାଉତପଡା ସମ୍ପର୍କ କ୍ଲବ
ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ
ଗଣିଆ ଓ କିଶୋରପ୍ରସାଦ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ସିରିଜରେ ମଧ୍ୟରେ ୭,୫,୫ ଓଭର ବିଶିଷ୍ଟ ତିନୋଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ୨ଟି ମ୍ୟାଚ ଜିତି କିଶୋର ପ୍ରସାଦ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲା । ପ୍ରଥମ ମ୍ୟାଚରେ ଗଣିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା କିଶୋରପ୍ରସାଦକୁ ବୋଲିଂ କରିବାକୁ ଆମନ୍ତ୍ରଣ କରିଥିଲା । ଗଣିଆ ପ୍ରଥମେ ୭ ଗୋଟି ୱିକେଟ୍ ହରାଇ ୮୦ ରନ ସଂଗ୍ରହ କରିଥିଲା । ତାହାକୁ ପିଛା କରି କିଶୋରପ୍ରସାଦ କାହ୍ନାଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ୫ ଓଭର ମଧ୍ୟରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ପରବର୍ତ୍ତୀ ଦ୍ୱିତୀୟ ମ୍ୟାଚରେ କିଶୋରପ୍ରସାଦ ଟସ୍ ଜିତି ବୋଳିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା । ଗଣିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଗଣିଆ ନିର୍ଦ୍ଧାରିତ ୫ ଓଭର ମଧ୍ୟରେ ୫୬ କରି ପ୍ରତିଦ୍ବନ୍ଦୀ ଟିମ୍ ୫୭ ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି କିଶୋରପ୍ରସାଦ ୪ ଓଭର ମଧ୍ୟରେ ହାସଲ କରିନେଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ଲେୟାର ଅଫ ଦି ମ୍ୟାଚ ଏବଂ ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ କିଶୋରପ୍ରସାଦ କାହ୍ନା । ବିଜେତା ଦଳକୁ ୬୦୦୦ ଟଙ୍କା ସହିତ ଟ୍ରଫି ଓ ଚେକ୍ ପ୍ରଦାନ କରାଯାଇଥିଲା ଓ ଉପବିଜେତା ଦଳକୁ ୪୦୦୦ ଟଙ୍କା ସହିତ ଟ୍ରଫି ଓ ଚେକ୍ ପ୍ରଦାନ କରାଯଇଇଥିଲା । ଏହି ସିରିଜକୁ ଅମ୍ପାୟାର ଗୋପାଳ ଏବଂ କାହ୍ନୁଚରଣ ପରିଚାଳନା କରିଥିଲେ ।ଏହି ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବେ ବେଲପଡ଼ାପାଟଣା ପଞ୍ଚାୟତର ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ ଓ ସମ୍ମାନିତ ଅତିଥି ଭାବେ ମାନସ କୁମାର ବେହେରା , ଲକ୍ଷ୍ମୀଧର ମହାପାତ୍ର , କୃତାର୍ଥ ବେହେରା , ଡ଼. ଜିତେନ କୁମାର ଜେନା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ସାଫଲ୍ୟମଣ୍ଡିତ କରିଥିଲେ ।

ବିଶ୍ୱରଂଜନ ସେଠି/୭୯୭୮୩୧୬୮୧୧