ଅକ୍ଟୋବର ୨୫ରୁ ଭୁବନେଶ୍ୱର-ପୁଣେ ମଧ୍ୟରେ ଉଡ଼ିବ ଇଣ୍ଡିଗୋର ଦୈନିକ ବିମାନ

ଆସନ୍ତା ୨୫ରୁ ଭୁବନେଶ୍ୱରରୁ ପୁଣେ ଉଡିବ ଇଣ୍ଡିଗୋ ବିମାନ।ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ଆହୁରି କହିଲେ ଇଣ୍ଡିଗୋ ବିମାନ ସପ୍ତାହରେ ପ୍ରତିଦିନ ଚାଲିବ। ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା ଚାଲୁଛି ।ଏହି ନୂଆ ସେବା ଦ୍ୱାରା ଭୁବନେଶ୍ୱରରୁ ପୁଣେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଆହୁରି ଏକ ବିକଳ୍ପ ମିଳିବ। ବିଶେଷକରି ଚାକିରି, ବ୍ୟବସାୟ, ଶିକ୍ଷା ଓ ଅନ୍ୟାନ୍ୟ କାମରେ ପୁଣେ ଯାଉଥିବା ଯାତ୍ରୀ ଏଥିରୁ ଉପକୃତ ହେବେ।