ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ଘଟଣା, ଥାନା ଅଧିକାରିଣୀଙ୍କୁ ଭେଟିଲେ ଅତିରିକ୍ତ ଅଗ୍ନିଶମ ଅଧିକାରୀ

ବୋଲଗଡ଼ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ଘଟଣା। ଏହାକୁ ଗୁରୁତର ଭାବେ ନେଇଛି ଅଗ୍ନିଶମ ବିଭାଗ । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ବୋଲଗଡ଼ ଥାନା ଅଧିକାରିଣୀଙ୍କୁ ଭେଟିଲେ ଅତିରିକ୍ତ ଅଗ୍ନିଶମ ଅଧିକାରୀ (ପୁରୀ)। ତେବେ ଘଟଣାରେ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।ଅଭିଯୁକ୍ତଙ୍କ ବିରୁଦ୍ଧରେ ସଂଗୀନ ଦଫା ଲାଗିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ।