ପିଲାଙ୍କ ନାମଲେଖା ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀଗୃହରେ କର୍ମଚାରୀଙ୍କ ଭୋଜି । ପାଠପଢା ସମୟରେ ବାହରେ ବସିଲେ ଯୁକ୍ତ ୨ ଛାତ୍ରୀଛାତ୍ରୀ
ଗଣିଆ, ( ବିଶ୍ୱରଂଜନ ସେଠି )ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନକୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଯୁକ୍ତ ୨ ପ୍ରଥମ ବର୍ଷ କଳା ପିଲାଙ୍କ ନାମଲେଖା ଆଜି ଗୁରବାର ଆରମ୍ଭ ହୋଇଅଛି । ଅନ୍ୟପରି ୨ୟ ବର୍ଷ କଳା ଛାତ୍ରୀଛାତ୍ରଙ୍କ କ୍ଲାସ ସମୟରେ ପିଲାଙ୍କୁ ବାହାରେ ବସାଇ କେତେକ କର୍ମଚାରୀ ଶ୍ରେଣୀଗୃହରେ ଭୋଜି କରିଥିବା ଦେଖାଯାଇଛି । ତେବେ ୨ୟ ବର୍ଷ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢାଇବା ବଦଳରେ କର୍ମଚାରୀମାନେ ଶ୍ରେଣୀଗୃହରେ ଭୋଜି କରିବା ଘଟଣାକୁ ଅନେକ ଛାତ୍ରୀଛାତ୍ର ତଥା ବୁଦ୍ଧିଜିବୀ ମହଲରେ ନାପସନ୍ଦ କରାଯାଇଛି । ବିଶେଷକରି କ୍ଲାସ ନଥିବା ସମୟରେ ଛାତ୍ରୀଛାତ୍ରମାନେ ଏହି ଶ୍ରେଣୀଗୃହରେ ବିଶ୍ରାମ ନେଇଥାନ୍ତି ।

ବିଦ୍ୟାଳୟରେ କର୍ମଚାରୀ ମାନଙ୍କ ପାଇଁ କମନ୍ ରୁମ ଥିବାବେଳେ ସଂପୃକ୍ତ କର୍ମଚାରୀମାନେ ପାଠପଢା ପରିବର୍ତେ ଶ୍ରେଣୀଗୃହରେ ଭୋଜିଭାତ କରାଯାଉଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୍ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପରି ନୂତନ ଭାର ପ୍ରାପ୍ତ ଅଧକ୍ଷ ଙ୍କ ଯୋଗଦାନ ପରେ ବିଦ୍ୟାଳୟର ପାଠାଗାର ନିୟମିତ ଖୋଲାଯାଉନଥିବା ସହ ଛାତ୍ରୀମାନଙ୍କ ପାଇଁ ଉଦ୍ଦ୍ିଷ୍ଟ ଶୌଚାଳୟ ଖୋଲାଯାଉନଥିବା କେତେକ ଛାତ୍ରୀଛାତ୍ର ନିଜର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି । ଛାତ୍ରୀ ମାନଙ୍କ ବାହାରେ ଦୈନନ୍ଦିନ ଶୌଚ କର୍ମ କରିବା ଦୁଃଖ ଓ ପରିତାପର ବିଷୟ ଅଟେ।ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ରମେଶ ଚନ୍ଦ୍ର ଦାଶଙ୍କୁ ଗଣିଆ ରଘୁନାଥଜୀଉ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଦାୟିତ୍ୱ ଦିଆଯାଇଅଛି । ଯିଏକି ନିୟମିତ କାର୍ଯ୍ୟରେ ଯୋଗନଦେବା ସହ ସଂସ୍କୃତ ପାଠ ଠିକରେ ପଢାଯାଉନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଏ ସମ୍ପର୍କରେ ଭାରପ୍ରାପ୍ତ ଅଧକ୍ଷ ରମେଶ ଚନ୍ଦ୍ର ଦାଶଙ୍କୁ ପଚାରିବାରୁ ଶ୍ରେଣୀଗୃହରେ ରୋଷେଇ କରିବା ଠିକ ନୁହେଁ ବୋଲି ସେ ପ୍ରକାଶ କରିବା ସହ ଅନ୍ୟ ସବୁ ସମସ୍ୟା ର ସନ୍ତୋଷ ଜନକ ଉତ୍ତର ଦେବାରେ ଅସମର୍ଥ ହୋଇଥିଲେ। ସମ୍ପୃକ୍ତ କର୍ମଚାରୀ ଓ ଅଧ୍ୟକ୍ଷ ଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟରେ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ କରି ଦୋଷୀ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ପାଇଁ ଦାବି ହୋଇଛି।