ଆଠଗଡ଼ରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଠଗଡ଼ ୦୧/୦୮ ( ମାନସ ରଞ୍ଜନ ସାହୁ) ଚଳିତ ବର୍ଷ ସ୍ବାଧୀନତା ଦିବସ ସମସ୍ତ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଭାବରେ ପାଳନ କରାଯିବା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ ପୂର୍ବକ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ନିଷ୍ପରି ଗ୍ରହଣ କରାଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ଯକ୍ଷ ସ୍ବାଧୀନତା ଦିବସ ପାଳନ କମିଟି ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଭା. ପ୍ର.ସେଙ୍କ ଅଧ୍ଯକ୍ଷତାରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ୭୯ତମ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକରେ ତହସିଲଦାର ଶ୍ରୀ କୁଞ୍ଜ ବିହାରୀ ବଡ଼ଜେନା, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ ସୁଶ୍ରୀ ସୁମତୀ ମହାନ୍ତି , ନିର୍ବାହୀ ଅଧିକାରୀ ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ ଶ୍ରୀ ବଳୟ ଦେହୁରୀ,ଉପସ୍ଥିତ ରହି ସ୍ବାଧୀନତା ଦିବସ ପାଳନ ସମାରୋହକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଚଳିତ ବର୍ଷ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଆଠଗଡ଼ ଷ୍ଟାଡିୟମରେ ପାଳନ କରାଯିବ । ସକାଳ ୯ ଘଟିକା ୧୫ ମିନିଟ ସମୟରେ ମୁଖ୍ୟଅତିଥି ଆଠଗଡ଼ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିବେ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ । ବିଭିନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ସକାଳ ୭ଘଟିକା ୩୦ ମିନିଟ ରେ ପତାକା ଉତ୍ତୋଳନ କରିପାରିବେ । ଏହି ଅବସରରେ ଦିବସର ପ୍ରତ୍ୟୁଷ ୪ ଘଟିକା ୩୦ ମିନିଟ ସମୟରୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୂନ ପରିବେଷଣ କରାଯିବ ।ଚଳିତ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ର ସମରଶିକ୍ଷାର୍ଥୀ ବାହିନୀ, ଗାଇଡ଼ ଓ ସିଭିଲିଆନ ଦଳ ସମ୍ମିଳିତ ପରେଡ଼ ରେ ଭାଗନେବେ । ସ୍ବାଧୀନତା ଦିବସ ଅବସରରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ଓଡ଼ିଆ ବକ୍ତୃତା, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ଗାନ ଏବଂ ଚିତ୍ରଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଉପଖଣ୍ଡସ୍ତରୀୟ ସମାରୋହରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସ୍ବାଧୀନତା ଦିବସକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ପୂର୍ଭ ବିଭାଗ, ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦ, ବିଦ୍ୟୁତ ବିଭାଗ, ଗ୍ରାମୀଣ ଜଳ ଯୋଗାଣ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନ୍ୟସ୍ତ ଦାୟିତ୍ଵକୁ ସୁଚାରୁରୂପେ ସଂପାଦନ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ ।ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ତାପସ କୁମାର ଓଝା ପୂର୍ବ ବର୍ଷର ବିବରଣୀ ପାଠ କରିବା ସହ ବୈଠକରେ ସମସ୍ତ କାର୍ଯ୍ୟ ସଂପାଦନ କରିଥିବା ବେଳେ ଆଠଗଡ଼ର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ମୁଖ୍ୟ, ସମସ୍ତ ବିଭାଗୀୟ ଅଧିକାରୀ, ଆଠଗଡ଼ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣ ମାଧ୍ଯମର ପ୍ରତିନିଧ୍ ବୃନ୍ଦ, ଉପଜିଲ୍ଲାପାଳ ଏବଂ ବ୍ଲକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀମାନେ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ ।