ଆଠଗଡ ଉପଖଣ୍ଡ ପ୍ରଶାସନ ର ଚୋରା ଲଘୁ ଖଣିଜ ଗାଡ଼ି ଉପରେ ଚଢଉ ସହିତ ଜୋରିମାନା ଆଦାୟ
ଆଠଗଡ : ୦୫/୦୬ ( ମାନସ ରଞ୍ଜନ ସାହୁ)ଆଠଗଡ ଅଞ୍ଚଳରେ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲଘୁ ଖଣିଜ ଚୋରି କାରବାର। ବିଶେଷ କରି ଆଠଗଡ ଉପଖଣ୍ଡ ର କେନ୍ଦ୍ର ବିନ୍ଦୁ ତଥା ଉପଖଣ୍ଡିୟ ପ୍ରଶାସନ ର ମୂଖ୍ୟ ସ୍ଥାନ ରେ ପ୍ରତ୍ୟେକ ଦିନ ଅନେକ ଲଘୁ ଖଣିଜ ଚୋରାରେ ଦିନ ରାତି ହଜାର ହଜାର ଗାଡ଼ି ଚାଲୁଥିଲେ ମଧ୍ୟ ସବୁ ଦେଖି ନୀରବ ରହୁଛି ପ୍ରଶାସନ। ଆଜି ଆଠଗଡ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ୩ଟି ହାଇୱା OD-04-U-3132 ରୁ 40820 ଟଙ୍କା,OR-09-E-1921 ରୁ 53000 ଟଙ୍କା,OD-04-V-0432 ରୁ 41940ଟଙ୍କା ଓ ଗୋଟିଏ ଟ୍ରକ୍ ରୁ OR-09-F-3686 ରୁ 48000 ଟଙ୍କା ମୋଟ୍ 1,83,760 ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆଠଗଡ ସହକାରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପ୍ରତିଦିନ ଆଠଗଡ ଓ ତିଗିରିଆ ତହସିଲ ଦେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ କଟକ ଜିଲ୍ଲା ଖଣି ବିଭାଗର ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଟକ ଜିଲ୍ଲା ଖଣି ବିଭାଗର ଅଧିକାରୀ ମାନେ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ବସୁଥିବା ସାଧାରଣରେ ଆଲୋଚନା ହେଉଛି।