ଆସନ୍ତାକାଲି ଚାଲିବ ବସ୍ ! ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ
ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଏପଟେ କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ । ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ ଚାଲିବ ନାହିଁ । ଗତକାଲି ଏନେଇ ଆସୋସିଏସନର ବୈଠକ ବସିଥିଲା । ଅଟୋ ଚଳାଚଳ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଏଥିରେ ନିଷ୍ପତି ନିଆଯାଇଛି। ନିଜ ଅଞ୍ଚଳରେ ଧାରଣାରେ ସାମିଲ ହେବା ପାଇଁ ମଧ୍ୟ ଅଟୋ ଚାଳକଙ୍କୁ କୁହାଯାଇଛି ।