ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ।
ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ ଆଜିଠୁ ଗଡ଼ିବ ସଚେତନତା ରଥ। ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା |୧୭ ତାରିଖରେ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମରେ ପଂଚାୟତ, ବ୍ଲକ, ଜିଲ୍ଲା, ପୌରାଂଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ହେବା ନିମନ୍ତେ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା ।ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ।
ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ସବୁ କମନ ସର୍ଭିସ୍ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାର ପତ୍ର ଉପଲବ୍ଧ ହେବା ସହିତ ପୋଷ୍ଟର,ବ୍ୟାନର ଆଦି ଲଗାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କେନ୍ଦ୍ରଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନ ଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କୌଣସି ଅପରେଟରମାନଙ୍କୁ ଫର୍ମ ଦାଖଲ ପାଇଁ ଆବେଦନକାରୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ ।