ଇନ୍‌ଷ୍ଟାଗ୍ରାମ୍‌ ପ୍ରେମର କରୁଣ ପରିଣତି: ଲିଭ୍-ଇନ୍ ସାଥୀଙ୍କୁ ଗଳା ଚିପି ହତ୍ୟା କଲା ଯୁବକ

ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ରେ ଆରମ୍ଭ ହେଲା ପ୍ରେମ । ପରେ ପ୍ରେମକୁ ଲିଭ୍-ଇନ୍‌ର ରୂପ ଦେଇଥିଲେ ପ୍ରେମୀ ଯୁଗଳ , ସମ୍ପର୍କରେ ତିକ୍ତତା ଆସିବା ପରେ ହତ୍ୟାକାଣ୍ଡ ରଚିଥିଲା ଜଲ୍ହାଦ ପ୍ରେମିକ ।ଏମିତି ଘଟଣା ବେଙ୍ଗାଲୁରୁରେ ଘଟିଛି । ମଲ୍ଲେଶ୍ବରମ ଅଞ୍ଚଳରେ ୨୭ ବର୍ଷୀୟ ଯୁବକ ନିଜର ୨୦ ବର୍ଷୀୟ ଲିଭ-ଇନ ପାର୍ଟନରକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।ପୋଲିସ ଅନୁଯାୟୀ, ୨୭ ବର୍ଷୀୟ ଶରତଙ୍କ ପରିଚୟ ୨୦ ବର୍ଷୀୟ ଅନୁଷା ସହିତ ଇନଷ୍ଟାଗ୍ରାମରେ ହୋଇଥିଲେ । ଦୁହେଁ ହାସନ ଜିଲ୍ଲା ସକଲେଶପୁରର ବାସିନ୍ଦା । ଇନଷ୍ଟାଗ୍ରାମରେ ଦୁର୍ହିଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଗତ ୬ ମାସ ହେଲାଣି ଏକାଠି ଲିଭ-ଇନରେ ରହୁଥିଲେ । ଶନିବାର ରାତିରେ ଦୁହିଁଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେମାତ୍ରାରେ ବଢିଯାଇଥିଲା ଯେ, ଯୁବକଙ୍କ ଜଣକ ଯୁବତୀଙ୍କ ଗଳା କାଟିଦେଇଥିଲେ । ଫଳରେ ଯୁବତୀ ଅନୁଷାଙ୍କ ମୃତ୍ୟୁ ହୋଇଥିଲା ।ଅଭିଯୁକ୍ତ ଶରତ ସହରରେ ଏକ ପାଣି ଟ୍ୟାଙ୍କର ଚଲାଇବା କାମ କରନ୍ତି । ଶରତ ଜଣେ ଓକିଲଙ୍କୁ ହତ୍ୟା ବିଷୟରେ କହିବା ପରେ ସତ ସାମ୍ନାକୁ ଆସିଥିଲା । ଏହାପରେ ଓକିଲ ଜଣକ ପୋଲିସକୁ ମାମଲା ବିଷୟରେ ଆଲର୍ଟ କରିଥିଲେ । ସୂଚନା ମିଳିବା ପରେ ଶେଷାଦ୍ରିପୁରମ ପୋଲିସ ଷ୍ଟେସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା ।ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ପୁଲିସ ଅଭିଯୁକ୍ତ ଶରଦଙ୍କୁ ଗିରଫ କରିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଥିବାବେଳେ ହତ୍ୟା ପଛରେ କେବଳ ପାରିବାରିକ ଓ ପ୍ରେମଜନିତ ବିବାଦ ଥିଲା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ତଦନ୍ତ ଚାଲିଛି ।