ଉତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ
ଗଣିଆ,(ବିଶ୍ୱରଂଜନ ସେଠି) ଗୁରୁବାର ଦିନ ଗଣିଆ ବ୍ଳକର ଜଣେ ସହକାରୀ ଶିକ୍ଷୟତ୍ରୀ, ଓ ଜଣେ ସହକାରୀ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଣ୍ଡରାସିହାର ସହକାରୀ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଦାଶ, ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଆବିଡ଼ାର ସହକାରୀ ଶିକ୍ଷକ ପ୍ରସାନ୍ତ କୁମାର ସାହୁ ଙ୍କ ନିମନ୍ତେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଣ୍ଡରାସିଂହାର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଏବିଇଓ ବିନୋଦିନୀ ପଣ୍ଡା ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତାଭାବେ କିଶୋରପ୍ରସାଦ ପଂଚାୟତ ସରପଂଚ ଗିତାରାଣୀ ବେହେରା, ସମ୍ମାନିତ ଅତିଥିଭାବେ ସମିତିସଭ୍ୟା ରଂଜିତା ମହାଳିକ, ସିଆରସିସି ଶୁକଦେବ ରାଉତ, ମୋ ବିଦ୍ୟାଳୟ ସଭାପତି ହରିହର ରାଉତ, ଗ୍ରାମ୍ୟ କମିଟି ସଭାପତି ନାରାୟଣ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ରାଉତ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା ପ୍ରମୁଖ ମଂଚାସୀନ ଥିଲେ । ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମଂଚ ପରିଚାଳନା କରିଥିଲେ । ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶଙ୍କୁ ଫୁଲତୋଡ଼ା, ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଫାଇନାଲ ପେନ୍ସନ୍ ପ୍ରଦାନ କରାଯାଇଥିଲା ।

ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଆବିଡ଼ାରେ ପ୍ରଧାନଶିକ୍ଷକ ବାମନ ଚରଣ ବାରିକିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତଭାବେ ଏବିଇଓ ରବୀନ୍ଦ୍ର କୁମାର ବେହେରା, ସ୍ୱତନ୍ତ୍ର ଅତିଥିଭାବେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ତ୍ରୀପାଠୀ, ସମ୍ମାନିତ ଅତିଥିଭାବେ ଆଡ଼କଟା ସରପଂଚ ସୁବାଶିନୀ ବାରିକି ପ୍ରମୁଖ ମଂଚାସୀନ ଥିଲେ । ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କ ସଂପର୍କରେ ଗୁଣଗାନ କରିବା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ଛାତ୍ରବତ୍ସଳ ସମୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ । ଉଭୟୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶୋଭାଯାତ୍ରାରେ ସେମାନଙ୍କ ବସଭବନରେ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ଛାଡ଼ି ଆସିଥିଲେ ।