ଏକ ନମ୍ବର ଜୋନରେ ବିଜେଡିର ପଦଯାତ୍ରା ଓ କର୍ମୀ ସମ୍ମିଳନୀସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
କୁଜଙ୍ଗ ତା ୭/୧୦ବ୍ଲକର ଏକ ନମ୍ବର ଜୋନରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତଙ୍କ ନେତୃତ୍ୱରେ ବାଲିଆ ବଜାର ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ପାଟପୁରସ୍ଥିତ ଗାଦି ପଡ଼ିଆରେ ପହଞ୍ଚିଥିଲା।
ଗାଦି ପଡ଼ିଆରେ ଦଳୀୟ କର୍ମୀମାନେ ସମ୍ବିତ ରାଉତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେବା ପରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା।
ବିଜେଡିର ବରିଷ୍ଠ ନେତା ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ବିତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବିଜେଡି ନେତା ପ୍ରମୋଦ ଜେନା, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ସାହୁ, ପୂର୍ବତନ ଯୁବ ସଂଗଠକ ଅରୁପ୍ରସାଦ ମହାନ୍ତି (ପିଣ୍ଟୁ)ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।
ସମ୍ମିଳନୀରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା ହୋଇଥିଲା। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ।
ଏଥିସହ ବିଭିନ୍ନ ରାଜନୈତିକ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ନେଇ ମତବିନିମୟ ହୋଇଥିଲା।
ସମ୍ମିଳନୀରେ ଏକ ନମ୍ବର ଜୋନର ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ଆଗାମୀ ଦିନରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ସଭାରେ ଆହ୍ୱାନ ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ୨୦୨୯ରେ ନବୀନ ପଟ୍ଟନାୟକ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ ନେତାମାନେ ଆଶାବ୍ୟକ୍ତ କରିଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡ଼ିଆ