ଏଣିକି ଆଉ ପେଟ୍ରୋଲ୍‌ ଡିଜେଲ୍‌ ଗାଡ଼ି କିଣିବେନି ରାଜ୍ୟ ସରକାର: ପରିବହନ ମନ୍ତ୍ରୀ

ସିଟ୍ ବେଲ୍ଟ ଓ ହେଲମେଟ୍ ଚେକିଂ ହେବ କଡ଼ାକଡ଼ି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି । ଅମାନିଆ ଗାଡ଼ି ଚାଳକଙ୍କୁ ମନ୍ତ୍ରୀଙ୍କ ନିବେଦନ, ସୁରକ୍ଷିତ ଗାଡି ଚଲାନ୍ତୁ ଅନ୍ୟର ଜୀବନ ପ୍ରତି ବିପଦ ସୃଷ୍ଟି ନ କରନ୍ତୁ ।ସେପଟେ, ସରକାରୀ ଅଧିକାରୀଙ୍କ ଗାଡି ବ୍ୟବହାର କଟକଣା ଉପରେ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ‘ତୈଳ ଖର୍ଚ୍ଚ ୧୦% କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। EV ଗାଡ଼ି ବ୍ୟବହାର ପାଇଁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରି କାରକେଡ୍‌ ମଧ୍ୟ କମାଯାଇଛି। ଯେଉଁଠାରେ ସମ୍ଭବ ସେଠାରେ ଭର୍ଚୁଆଲ୍ ବୈଠକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।’ ରାଜ୍ୟରେ ତେଲ ଖର୍ଚ୍ଚ ଏବଂ ପ୍ରଦୂଷଣ କମାଇବା ପାଇଁ ସରକାରୀ ଅଧିକାରୀଙ୍କ ପାଇଁ ନୂଆ ପେଟ୍ରୋଲ୍‌ ଓ ଡିଜେଲ୍‌ ଗାଡ଼ି କିଣା ବନ୍ଦ କରାଯାଇଛି ।