କର୍ଣ୍ଣାଟକ କଂଗ୍ରେସରେ ମହାଭୂକମ୍ପ! ବଢ଼ିଲା ଶିବକୁମାରଙ୍କ ଟେନସନ

କର୍ଣ୍ଣାଟକରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କନ୍ଦଳ କମୁନି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବରିଷ୍ଠ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡିଙ୍କ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ମଧ୍ୟ, ଅନ୍ୟ ଦୁଇ ପ୍ରମୁଖ ନେତାଙ୍କ ଅସନ୍ତୋଷ ଏବେ ସରକାରଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି। ଉଭୟ କଂଗ୍ରେସ ନେତୃତ୍ୱ ସହିତ ଆଲୋଚନା କରିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ କୃଷ୍ଣ ବାଇର ଗୌଡା ଏବଂ କଂଗ୍ରେସ ବିଧାୟକ ରିଜୱାନ ଅର୍ଶଦ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ପଦକ୍ଷେପ ଯୋଗୁଁ କର୍ନାଟକରେ କ୍ୟାବିନେଟ ଏବଂ ପୋର୍ଟଫୋଲିଓ ପୁନର୍ଗଠନ ପ୍ରକ୍ରିୟା ଶେଷ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଅନୁମାନ କରାଯାଉଛି ।ଆଲୋଚନା ହେଉଥିଲା ଯେ, କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେଲେ କଂଗ୍ରେସର କନ୍ଦଳ ଦୂର ହେବ । ଦୀର୍ଘ ବର୍ଷ ଧରି ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଥିଲା । ଏବେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ହେଲେ ଦଳର କନ୍ଦଳ ପୂର୍ବ ପରି ସମାନ ରହିଛି । ଅସନ୍ତୁଷ୍ଟଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିଚାଲିଛି । ଯାହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରି ପାରେ