କୋଣାର୍କ ଚନ୍ଦ୍ରଭାଗା କୂଳରେ ଡଲଫିନ୍ କୂଳରେ ଲାଗି ମୃତ।

କୋଣାର୍କ ଚନ୍ଦ୍ରଭାଗା କୂଳରେ ଡଲଫିନ୍ କୂଳରେ ଲାଗି ମୃତ। କିଛି ଗଣମାଧ୍ୟମ ପ୍ରତିନିଧିମାନେ ବହୁତ ପରିଶ୍ରମ କରି ଥିବା ବେଳେ ଲହଡି ମାଡରେ ସମୂଦ୍ର ଭିତରକୁ ଯାଇପାରିଲା ନାହିଁ ଡଲଫିନ୍। ଶେଷରେ ମୃତ୍ୟୁ ବରଣ କଲା ଡଲଫିନ୍ । ସୂଚନା ଅନୁଯାୟୀ କୋଣାର୍କ ଚନ୍ଦ୍ରଭାଗା କଇଞ୍ଚ ଘର ପାଖରେ ଆଜି ଦିନ ୧୦ ସମୟରେ ଏକ ଡଲଫିନ୍ କୌଣସି ଆଘାତ ପାଇଁ ସମୂଦ୍ର ଲହଡି ମାଡରେ କୂଳରେ ଲାଗି ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧିମାନେ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ଡଲଫିନ୍ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ବାରମ୍ବାର ସମୂଦ୍ର ଭିତରକୁ ନେଇ ଛାଡିବା ଦ୍ବାରା ବଡବଡ ଢେଉ ମାଡରେ ଡଲଫିନ୍ ଟି କୂଳରେ ଲାଗି ଶେଷରେ ମୃତ ହୋଇଛି। ଏହାର ଓଜନ ପ୍ରାୟ ୩୫ରୁ ୪୦ କିଲୋ ଥିବା ବେଳେ ବୟସ ୨ରୁ ଅଧିକ ହେବା କୋଣାର୍କ ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେଉରୀ ସୂଚନା ଦେଇଛନ୍ତି।