କୋଣାର୍କ ରେ ବାରାହା ଆତଙ୍କ,ବାରାହା ଆକ୍ରମଣ ରେ ଜଣେ ଯୁବକ ଗୁରୁତର ।

କୋଣାର୍କ:-02/08/2025 କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ୧୧ ନଂ ୱାର୍ଡ ନଳକଣ ଗ୍ରାମରେ ଜଣେ ଯୁବକ ରାତି ୯ଘଂଟିକା ରେ ନିଜ ଘର ପଛ ପଟ ଜଙ୍ଗଲ କୁ ଝାଡା ବସିବାକୁ ଯାଇଥିଲା ବେଳେ ଅଚାନକ ଏକ ବାରାହା ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣା ପଡ଼ିଛି ।

ସୂଚନା ମୁତାବକ କୋଣାର୍କ ଏନଏସି ନଳକଣ ଗାଁର ତିଲୁଆ ଦାସ(୨୮) ନାମକ ଜଣେ ବ୍ୟକ୍ତି ଘର ପଛପଟ ଜଙ୍ଗଲ କୁ ଝାଡା ଯାଇଥିବା ବେଳେ ନିକଟସ୍ଥା ଜଙ୍ଗଲ ମଧ୍ୟରୁ ଏକ ବାରାହା ଅଚାନକ ଆକ୍ରମଣ କରିଥିଲା ।ଗୁରୁତର ଅବସ୍ଥାରେ ସେ ଚିତ୍କାର କରିବାରୁ ପରିବାର ଲୋକ ଦୌଡ଼ି ଯାଇ ତାଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଅମ୍ବୁଲାନ୍ସ ରେ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତାଙ୍କ ଶରୀର ରେ ୪୦ରୁ ଉର୍ଦ୍ଧ ସ୍ଥାନରେ ଗୁରୁତର ଭାବେ ଆଘାତ ଲାଗିଥିବା କୁ ନେଇ ଡାକ୍ତର ୪୦ ରୁ ଉର୍ଦ୍ଧ୍ବ ଷ୍ଟିଚ ପକାଇ ଛନ୍ତି। ଏବେ କୋଣାର୍କ ଅଞ୍ଚଳରେ ବାରା ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଥିବା ବେଳେ ବନବିଭାଗ ଏପର୍ଯ୍ୟନ୍ତ ବାରାକୁ କାବୁ କରିବାକୁ ପହଞ୍ଚି ନଥିବା କୁ ନେଇ ଚିନ୍ତାରେ ଗ୍ରାମବାସୀ