କ୍ୟାପ୍ଟେନ୍ସି ଛାଡ଼ିଲେ ହରମନପ୍ରୀତ; ଇନଷ୍ଟାରେ ସେୟାର କଲେ ଭାବୁକ ପୋଷ୍ଟ
ନିଜ ନେତୃତ୍ୱରେ ଭାରତକୁ ୨୦୨୫ର ବିଶ୍ୱକପ୍ ଜିତାଇଥିବା ଦିଗ୍ଗଜ କ୍ରିକେଟର ହରମନପ୍ରୀତ କୌର ଭାରତୀୟ ମହିଳା ଟିମ୍ର କ୍ୟାପଟେନ୍ସି ପଦ ଛାଡ଼ିଛନ୍ତି।ଇନଷ୍ଟାରେ ଇମୋସନାଲ ପୋଷ୍ଟ ବଡ଼ ନିଷ୍ପତି ବାବଦରେ ଘୋଷଣା କରିଛନ୍ତି ହରମନପ୍ରୀତ କୌର ।ପୋଷ୍ଟରେ ସେ ଲେଛନ୍ତି ତାଙ୍କ ପାଇଁ ଏହି ନିଷ୍ପତ୍ତି ସହଜ ନଥିଲା । କ୍ୟାପ୍ଟେନ୍ସ ଛାଡୁଛନ୍ତି କିନ୍ତୁ ଟିମ୍ ଇଣ୍ଡିଆ ସହ ଯାତ୍ରା ଜାରି ରହିବ । ତେବେ ତାଙ୍କ ସ୍ଥାନରେ ସ୍ମୃତି ମନ୍ଧାନାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିବା ନେଇ ଅଧିକ ସମ୍ଭାବନା ରହିଛି । ତେବେ ସେ ପ୍ରତ୍ୟେକ ସାଥୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍, ମ୍ୟାନେଜମେଣ୍ଟ, ବିସିସିଆଇ, ପରିବାର ସଦସ୍ୟ ଏବଂ ସେହି ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।