କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ଜେୱାର ଏୟାରପୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ ।ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ପରେ ଏହି ଘୋଷଣା କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସେ କହିଛନ୍ତି। ଏହା ସହିତ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ତରପ୍ରଦେଶ କ୍ୟାବିନେଟ୍ରେ ଆଉ ଏକ ପ୍ରସ୍ତାବ ପାରିତ ହୋଇଛି।ଜେୱାର ସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଦିଲ୍ଲୀ-ଏନସିଆରର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହାକୁ ଏକ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମଡେଲରେ ବିକଶିତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରନୱେ ଏବଂ ପାସେଞ୍ଜର ଟର୍ମିନାଲ ନିର୍ମାଣ କରାଯାଇଛି, ଯାହାର ବାର୍ଷିକ ପ୍ରାୟ ୧.୨କୋଟି ଯାତ୍ରୀ ରହିପାରିବେ । ଭବିଷ୍ୟତରେ ଏହାର କ୍ଷମତାକୁ ବାର୍ଷିକ ପ୍ରାୟ ୭ କୋଟି ଯାତ୍ରୀଙ୍କୁ ବୃଦ୍ଧି କରିବାର ଯୋଜନା ରହିଛି ।