ଗଣିଆ କଂଗ୍ରେସ ତରଫରୁ ଜିଲ୍ଲାପରିଷଦ ଜୋନ ସଭାପତି ଚୟନ ପାଇଁ ସୁପାରିଶ
ଗଣିଆ -(ବିଶ୍ୱରଂଜନ ସେଠି )ସୋମବାର ଦିନ ଗଣିଆ ବ୍ଲକ୍ କଂଗ୍ରେସ କମିଟିର ଜିଲ୍ଲାପରିଷଦ ଜୋନ ସଭାପତି ଚୟନ ପାଇଁ ଛାମୁଣ୍ଡିଆ ଗ୍ରାମପଞ୍ଚାୟତ ଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଗଣିଆ ବ୍ଲକ୍ କଂଗ୍ରେସ ସଭାପତି ଅବଦୁଲ ହଲିମ ଖାନ୍ଙ୍କ ସଭାପତିତ୍ୱରେ ଛାମୁଣ୍ଡିଆ କଂଗ୍ରେସ କମିଟିର ବରିଷ୍ଠ କର୍ମୀ କୁମର ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଯୋଗ ହେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଲକ୍ର ବରିଷ୍ଠ ନେତା ତ୍ରିନାଥ ବେହେରା,ପ୍ରଦୀପ୍ତ କୁମାର ମହାପାତ୍ର,ସୁନୀଲ କୁମାର ପରିଡ଼ାଙ୍କ ସମେତ ଆକ୍ଟିଭ ମେମ୍ବର ଶକ୍ତି ପ୍ରସାଦ ପରିଡା, କୈଳାଶ ମହାପାତ୍ର, ବିପିନ କୁମାର ମହାପାତ୍ର ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା କଂଗ୍ରେସ ଉପସଭାପତି ସୁକାନ୍ତ କୁମାର ଶତପଥୀ ଯୋଗ ଦେଇ କଂଗେସକୁ ସୃଦୃଢ଼ କରିବା ପାଇଁ ସମସ୍ତ କର୍ମୀ ମାନେ ଏକଜୁଟ ସଂଗଠନ କୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । । ପରେ ସର୍ବସମ୍ମତି କ୍ରମେ ଜୋନ ସଭାପତି ଚୟନ ପାଇଁ ତିନି ଜଣଙ୍କ ନାମକୁ ସୁପାରିଶ କରାଯାଇଥିଲା ।୧- କୁମର ବେହେରା ୨- ସୁନୀଲ କୁମାର ପରିଡ଼ା ୩-ବିପିନ କୁମାର ମହାପାତ୍ରଙ୍କ ନାମ ଜିଲ୍ଲା ସଭାପତି, ପି ସି ସି ସଭାପତି ଓ ଜିଲ୍ଲାର ନେତ୍ରୁବୃନ୍ଦଙ୍କ ଅବଗତି ନିମନ୍ତେ ଅନୁମୋଦନ ପାଇଁ ପଠା ଯାଇଥିବା ଗଣିଆ ବ୍ଲକ୍ କଂଗ୍ରେସ ସଭାପତି ଖଳିମ୍ ଖାନ୍ କହିଛନ୍ତି