ଗଣିଆ ଗାନ୍ଧୀଛକରେ ଅଚଳ ପାନୀୟ ଜଳ ପ୍ରକଳ୍ପ: ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ଗଣିଆ:(ବିଶ୍ୱରଂଜନ ସେଠି )ଗଣିଆ ଗାନ୍ଧୀଛକଠାରେ ସାଧାରଣ ଜନତା ଓ ପଥିକଙ୍କ ପାନୀୟ ଜଳ ସୁବିଧା ପାଇଁ ବସାଯାଇଥିବା ଆକୁଆଗାର୍ଡ (ୱାଟର କୁଲର) ପ୍ରକଳ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିରହିଛି। ଏହି ପ୍ରକଳ୍ପରୁ ନିୟମିତ ପାନୀୟ ଜଳ ବାହାରୁ ନଥିବା ବେଳେ ଏହାର ଯନ୍ତ୍ରାଂଶଗୁଡ଼ିକ ଭଙ୍ଗାରୁଜା ଓ ଖୋଲା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଡ଼ିରହିଥିବା ଦେଖିବାକୁ ମିଳିଛି।ଛକ ଦେଇ ପ୍ରତିଦିନ ଶହ ଶହ ଲୋକ ଆସାଯାଆନ୍ତି। ଗଣିଆ ବ୍ଲକର ଆଠଗୋଟି ପଂଚାୟତରେ ଶହ ଶହ ଲୋକ ଗଣିଆ ଉପରେ ନିର୍ଭର କରନ୍ତି ଏପରିକି ସାପ୍ତାହିତ ହାଟ ଗୁରୁବାର ଓ ରବିବାର ଦିନ ପନିପରିବାଠାରୁ ଆରମ୍ଭ କରି ନିତ୍ୟବ୍ୟବହାଯ୍ୟ ଜିନିଷ ପାଇଁ ଗଣିଆ ଆସୁଥୁବାବେଳେ ପାନୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ କହିଛନ୍ତି । ଏପରିକି ପ୍ରକଳ୍ପଟି କାର୍ଯ୍ୟକ୍ଷମ ନହେବା ଯୋଗୁଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାସହ ଏହାର ଚାରିପାଖରେ ଜଳିଆ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାରୁ ଦୁର୍ଗନ୍ଧ ବୃଦ୍ଧି ପାଉଛି।ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ଅଚଳଆକୁଆଗାର୍ଡର ମରାମତି ସହ ଏହାର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ଗଣିଆ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।