ଗଣିଆ ରାମ ମନ୍ଦିର ସମ୍ମୁଖରୁ ବାଇକ ଚୋରୀ
ଗଣିଆ,(ବିଶ୍ଵରଞ୍ଜନ ସେଠି) ଶୁକ୍ରବାର ଗଣିଆ ବଜାର ନିକଟସ୍ଥ ରାମ ମନ୍ଦିର ସମ୍ମୁଖରୁ ଏକ ବାଇକ ଚୋରୀ ହୋଇଯାଇଛି । ମିଳିଥିବା ସୁଚନା ଗଣିଆ ରାମମନ୍ିର ପରିସରରରେ ଶୁକ୍ରବାର ଏକ ରିଙ୍ଗ ସେରିମନି ପାଳନ କରାଯାଉଥିଲା । ଏଥିରେ ବୋଲଗଡ଼ ଥାନା ବୋଲଗଡ଼ ଗଡ଼ଭିତର ସାହିର ଅନିରୁଦ୍ଧ ଚମ୍ପତି (୨୫) ଯୋଗଦାନ କରିବାକୁ ନିଜର ହିରୋ ସ୍ପେ୍ଳଣ୍ଡର ପ୍ରୋ ଓଡି ୦୨- ୪୨୬୧ ନମ୍ବର ବିଶିଷ୍ଟ ବାଇକ ନେଇ ଆସିଥିଲେ । ବାଇକ ଟିକୁ ମନ୍ଦିର ସମ୍ମୁଖରେ ରଖି ଭିତରକୁ ଯାଇଥିଲେ । ଭିତରେ କିଛି ସମୟ କାମ ସାରି ଆସି ଦେଖନ୍ତି ତ ତାଙ୍କ ବାଇକଟି ନାହିଁ । ବାଇକଟିକୁ ଏଣେ ତେଣେ ବହୁତ ଖୋଜାଖୋଜି କରିବା ପରେ ତାର କୌଣସି ସନ୍ଧାନ ମିଳିନଥିଲା । ପରେ ସେ ଏନେଇ ଗଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣାସ୍ଥଳରେ ପଂହଚି ମନ୍ଦିର ନିକଟରେ ଥିବା ସିସି ଟିଭି ଯାଂଚ କରି କୌଣସି ସୁରାକ ପାଇନଥିବାବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି ।