ଗୋପ ଥାନା ଲାଟିନ ସ୍କାଇଲାଇଟ ଭାଙ୍ଗି ଖସି ପଳାଇଥିବା ଦୁଇ ଯୁବକଙ୍କୁ କାବୁ

କୋଣାର୍କ:-01/08/ ଗତକାଲି ବିଳମ୍ବିତ ରାତିରେ କଲା ଗୋପ ପୋଲିସ ର ଏକ ସ୍ୱତନ୍ତ୍ରଦୁଇ ଜଣିଆ ଟିମ। ଜଣେ ଭୁବନେଶ୍ୱର ଏକ ବସ୍ତି ରୁ ଧାରା ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ଚାରିଛକ ଅଞ୍ଚଳ ରୁ ଧାରା ପଡିଛି।ଥିବା ସୂଚନା ଗତ ୨୮ ତାରିଖ ରାତିରେ ଦୁଇ ଅଭିଯୁକ୍ତ ଦୋକାନ ଭାଙ୍ଗି ଚୋରି କରିବା ଘଟଣାରେ ଗୋପ ପୋଲିସ ଉଠାଇ ଆଣି ପଚରାଉଚରା କରୁଥିବା ବେଳେ ୨୯ ତାରିଖ ରାତିରେ ଥାନା ଲାଟିନ ସ୍କାଇଲାଇଟ ଭାଙ୍ଗି ଥାନା ଭିତରୁ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ। ଗୋପ ଓ ପୁରୀ ପୋଲିସ ର ଦୁଇଟି ଟିମି ଦୁଇ ଅଭିଯୁକ୍ତ ଙ୍କ ନିଜ ଘର ସହ ବିଭିନ୍ନ ବନ୍ଧୁବାନ୍ଧବ ଘର ଉପରେ ଚଢାଉ କରିଥିବା ବେଳେ ଗତକାଲି ଦୁଇ ଜଣକୁ କାବୂ କରିଛି ଗୋପ ପୋଲିସ।