ଘଡଘଡି ପଡି ଚାରିବଖରା ଗୃହ ଓ ଆସବାସ ପତ୍ର ଭସ୍ମିଭୂତ
()ଜଗତସିଂହପୁର ତା =21/9/25ସମଗ୍ର ରାଜ୍ୟ ରେ ଲଘୁଚାପ ବଳବତର ରହିଛି |ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ ହେଉଛି | ଆଜି ମଧ୍ୟାହ୍ନ ରେବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ସହ ମିଟର ଦୂର ସୁଧୀର ସାହୁ ଙ୍କ ଘର ଉପରେ ଅଚାନକ ବ୍ରଜପାତ ପଡିବାରୁ ଚାରି ବଖାରରୁ ଉର୍ଦ୍ଧ ଗୃହ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା |ଘରେ ଥିବା ସମସ୍ତ ଆସ ବାସ ପତ୍ର ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ସ୍ଥାନୀୟ ସରପଞ୍ଚ ପହଂଚି ନିଆଁ କୁ ଆୟତ କରିଛନ୍ତି | ଏହି ଦୁଃଖଦ ଖବର ରେ ସୁଧୀର ଙ୍କ ପରିବାର ମେରୁଦଣ୍ଡ ଭାଙ୍ଗି ଯାଇଛି |ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ |ସ୍ଥାନୀୟ ଆର ଆଇ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଂଚି କ୍ଷେୟକ୍ଷେତ୍ତି ଆକାଳନ କରିବା ସହିତ ଆବଶ୍ୟକୀୟ ପାଲ, ଖାଦ୍ୟ ପଦାର୍ଥ ଯୋଗାଇଦେବାକୁ ଜନ ସାଧାରଣ ଦାବି କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ