ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିଲେ ଦୟାଲ ଗଙ୍ଗୱାର

ଖାଲି ସୌମ୍ୟ ରଞ୍ଜନଙ୍କୁ ନୁହେଁ, ୮ ଜଣ କନଷ୍ଟେବଳଙ୍କୁ ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗୱାର । କ୍ରାଇମବ୍ରାଞ୍ଚ ରିପୋର୍ଟରେ ହୋଇଛି ବଡ଼ ଖୁଲାସା । ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ବାପା ମା’ଙ୍କ ଅଭିଯୋଗ ପରେ ତଦନ୍ତ ଚାଲିଥିବାବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଗୁରୁତର ଅସଦାଚରଣ ଓ ସର୍ବଭାରତୀୟ ସେବା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସ୍ଥିର କରାଯାଇଛି । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରକାଶିତ ଚିଠିରେ ସ୍ପଷ୍ଟ କରାଯାଇଛି ।

ସେହିପରି ଗତକାଲି ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି ।